୨ ଲକ୍ଷ ଆଇସିୟୁ ବେଡ଼୍ ପ୍ରସ୍ତୁତ ରଖିବା ପାଇଁ ସତର୍କ କଲା ନୀତିଆୟୋଗ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୩.୦୮ .୨୦୨୧:  ଆସନ୍ତା ସେପ୍ଟେମ୍ୱରରେ ଆସିପାରେ କରୋନାର ତୃତୀୟ ଲହର। ଆସନ୍ତା ମାସ ପାଇଁ ଆଗୁଆ ସତର୍କ କରାଇଛନ୍ତି ନୀତିଆୟୋଗ। ପ୍ରତି ଶହେ ଜଣ କୋଭିଡ୍ ସଂକ୍ରମିତଙ୍କ ଭିତରୁ ୨୩ ଜଣ ହସପିଟାଲରେ ଭର୍ତ୍ତି ହୋଇପାରନ୍ତି। କୋଭିଡ୍ ସଂକ୍ରମିତ ଗୁରୁତର ହେବା ଆଶଙ୍କା ଥିବାରୁ ପ୍ରସ୍ତୁତ ରହିବାକୁ ସୁପାରିଶ କରିଛନ୍ତି। ନୀତିଆୟୋଗ ସଦସ୍ୟ ଭି.କେ ପଲ୍। ବର୍ତ୍ତମାନର ସଂକ୍ରମଣ ହାରକୁ ଲକ୍ଷ୍ୟ ରଖି ଏହି ଆକଳନ କରାଯାଇଛି। ସେପ୍ଟେମ୍ବର ବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ ଲକ୍ଷ ଛୁଇଁପାରେ। ଏପରି ସ୍ଥିତିରେ ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାରୁ ପରାମର୍ଶ ଦିଆଯାଇଛି। ଏଭିତରୁ ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍ ପାଇଁ ଭେଣ୍ଟିଲେଟର ଜରୁରୀ ପଡିପାରେ। ୭ ଲକ୍ଷ ଅଣ ଆଇସିୟୁ ବେଡ୍ ଜରୁରୀ। ୫ ଲକ୍ଷ ବେଡ୍ ପାଇଁ ଅକ୍ସିଜେନ୍ ସପ୍ଲାଇ ଜରୁରୀ। ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ ବେଡ୍ ଆବଶ୍ୟକ ହୋଇପାରେ ବୋଲି ନୀତି ଆୟୋଗ ଆକଳନ କରିଛି।

Exit mobile version