ରାଜ୍ୟଶିକ୍ଷା

ଆଜିଠୁ ଖୋଲିଲା ନବମ ଶ୍ରେଣୀ

ସତ୍ୟଶିଖା(ଭୁବନେଶ୍ୱର ) ୧୬.୦୮ .୨୦୨୧: କରୋନା କୋପ ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ଗତ ମାସରୁ ଦଶମ ଓ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ଏହାପରେ ଆଜିଠୁ ସ୍କୁଲ ଯାଇଛନ୍ତି ନବମ ଶ୍ରେଣୀ ପିଲା। ଆଜିଠାରୁ ସେମାନଙ୍କ ଅଫଲାଇନ୍‌ରେ ପାଠ ପଢ଼ା ଆରମ୍ଭ ହୋଇଛି। ପୂର୍ବାହ୍ନ ୯ଟାରୁ ଦିନ ୧୨ଟା ୩୦ ଯାଏ କ୍ଲାସ ହେବ । ସ୍କୁଲରେ ପ୍ରବେଶ ସମୟରେ ଅଭିଭାବକମାନଙ୍କର ଅନୁମତି ପତ୍ର  ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ୍ ପ୍ରସ୍ତୁତ ହୋଇଛି ।

ରାଜ୍ୟ ସରକାରଙ୍କ SOPକୁ କଡାକଡି ଭାବେ ପାଳନ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରି ଛଡ଼ାଯାଉଛି । ସେହିପରି ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ  ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟରେ ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ କେବଳ ସ୍କୁଲକୁ ଯିବାକୁ ଅନୁମତି ମିଳିଲା । ଏଥିପାଇଁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଥିଲା। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ହୋଇଥିଲା ।

Show More
Back to top button