

ସତ୍ୟଶିଖା ( ଭୁବନେଶ୍ୱର )୨୧/୧୦ /୨୦୨୧: ନୂଆ ଢାଞ୍ଚାରେ ନଵମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଵଂ ମୂଲ୍ୟାୟନ ପଦ୍ଧତି ଉପରେ ଵୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ କରାଯାଇଛି । ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ । ଵର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେଵ ।
ନଵମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ । ପ୍ରତିଦିନ ୨ ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୦, ଦ୍ୱିତୀୟ ସିଟିଂ ଦିନ ୧୧ଟାରୁ ୧୨ଟା । ଏଥିରେ ୪୦ମାର୍କର ପରୀକ୍ଷା ହେଵ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅଵଜେକଟିଵ୍ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ ।
୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ଵୋର୍ଡ ମାର୍କ ଅପଲୋଡ଼ କରିଵ । ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।