ରାଜଧାନୀ ଭୁବନେଶ୍ୱରର ଜନପଥରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’

ସତ୍ୟଶିଖା(ଭୁବନେଶ୍ୱର )୪.୦୯ .୨୦୨୧:   ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବା ପାଇଁ ଖୋଲିଛି ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’। ରାଜଧାନୀ ଭୁବନେଶ୍ୱରର ଜନପଥରେ ଏହି ରେଷ୍ଟୁରାଣ୍ଟ ଖୋଲିଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ ଏହି ରେଷ୍ଟୁରାଣ୍ଟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଟିଡିସି ‘ନିମନ୍ତ୍ରଣ’’ର ପରିଚାଳନା କରିବ। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ।

ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସ୍ଥପାନା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି।

Exit mobile version