ରାଜ୍ୟସ୍ୱାସ୍ଥ୍ୟ

ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୪.୨୦୨୧:  ରାଜ୍ୟରେ କରୋନା ସ୍ଥିତି  ଦିନକୁ ଦିନ ବେକାବୁ ହେଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ  ଆଜିଠାରୁ ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ।  ଆଜି ରାତି ୧୦ଟାରୁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ନାଇଟ୍ ନାଇଟ କର୍ଫ୍ୟୁ ଲାଗି ହେବ ।

ଏହି ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର । ଏସବୁ ଜିଲ୍ଲାରେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ବିଭିନ୍ନ ଜିଲ୍ଲାର ଏସ୍‌ପି। ରାତି ୧୦ରୁ ସକାଳ ୫ ଭିତରେ ଜରୁରୀ କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ ।

ଏପଟେ ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ । ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି । ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି ।

ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ଡେ କର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗତକାଲି କହିଥିଲେ ବାଚସ୍ପତି । ଏନେଇ  ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆରସି ଟ୍ୱିଟ କରି ସେଭଳି କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଲୋକେ କୋଭିଡ୍ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କାଲି ୪୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୨, ଖୋର୍ଦ୍ଧାରୁ ୪୦ ଓ ବଲାଙ୍ଗିରରୁ ୩୬ ଜଣ ଚିହ୍ନଟ ହୋଇଥିଲେ।

Show More
Back to top button