ଚିନ୍ତା ବଢ଼ାଇଲା ‘କରୋନା’, ଭୁବନେଶ୍ୱରରେ ୧୧ ଆକ୍ରାନ୍ତ


ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଲା ‘କରୋନା’। ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୧୬ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଅଛନ୍ତି। ସେମାନଙ୍କ ଭିତରୁ ୬ ଜଣ ଉତ୍ତରପ୍ରଦେଶ ଫେରନ୍ତା ଥିବା ବେଳେ ୨ ଜଣ କୋଲକାତାରୁ ଫେରିଛନ୍ତି। ଅନ୍ୟ ୩ ରେଲୱେ କର୍ମଚାରୀ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏବେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
Update on newly detected #COVID19 cases in the last 24 hrs under the BMC area on 22 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/eqkNaflUMP— BMC (@bmcbbsr) June 22, 2020
ଆହୁରି ପଢ଼ନ୍ତୁ
ଆଜି ରାଜ୍ୟରେ ୧୪୩ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ଭିତରୁ ବିଏମ୍ସି ଅଞ୍ଚଳରୁ ୧୧ ଜଣ ଅଛନ୍ତି। ସେଥିରୁ ୬ ଜଣଙ୍କ ଘର ଉତ୍ତରପ୍ରଦେଶ ବାସିନ୍ଦା। ସେମାନେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରିବା ପାଇଁ ଗତ ୧୦ ତାରିଖରେ ଆସିଥିଲେ। ଅନ୍ୟ ୨ ଜଣ ଗତ ୧୧ ତାରିଖରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ମଞ୍ଚେଶ୍ୱର ଅଞ୍ଚଳର ଏକ କମ୍ପାନୀ କାମ କରିବା ପାଇଁ ଆସିଥିବା ବେଳେ ଆଉ ଜଣେ ବାଣୀବିହାରରେ ଚାଲିଥିବା କାମ କରିବା ପାଇଁ ଆସିଥିଲେ। ଠିକ୍ ସେମିତି ଅନ୍ୟ ୨ ଜଣ ରେଳ ବିଭାଗ କର୍ମଚାରୀ। ଏମାନଙ୍କ ପାଖରେ ‘କରୋନା’ ଲକ୍ଷଣ ନଥିଲା। ସେମାନେ ବାହାର ରାଜ୍ୟରୁ ଆସିଥିବାରୁ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ରକ୍ତ ଓ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା। ଆଜି ଆସିଥିବା ରିପୋର୍ଟରେ ସମସ୍ତଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୯୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୯୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
[ad_2]