ଅପରାଧସ୍ପେଶାଲ୍ ରିପୋର୍ଟ

ଖବରକାଗଜ ମାଲିକ ପ୍ୟାରେ ମିଆଁ ର କଳା କାରନାମା :

ସତ୍ୟଶିଖା : ଭୋପାଳ ୧୭/୦୭ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ର ଏକ ଖବରକାଗଜ ମାଲିକ ପ୍ୟାରେ ମିଆଁର ଏକ ଜଘନ୍ୟ ପାସବିକତା ସାମ୍ନାକୁ ଆସିଛି | ପ୍ୟାରେ ମିଆଁ ଦୁଷ୍କର୍ମ ପରେ ଗର୍ଭବତୀ ହେଉଥିବା ଯୁବତୀଙ୍କର ଗର୍ଭପାତ କରିଦେଉଥିଲା | ଏଥିପାଇଁ ସେ ପୁରୁଣା ସହରରେ ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ବାଛିଥିଲେ | ସେ ନିଜକୁ ନାବାଳିକାଙ୍କ ବାପା କହି ତାଙ୍କର ଗର୍ଭପାତ କରୁଥିଲା | ଚାଇଲ୍ଡଲାଇନ ଓ ପୋଲିସର ତଦନ୍ତରେ ଏହି ମାମଲାର ଖୁଲାସା ହୋଇଛି |

ପ୍ୟାରେ ମିଆଁର ପାସବିକ ଆଚରଣ ଅତ୍ୟନ୍ତ ଘୃଣ୍ୟ | ନାବାଳିକାଙ୍କୁ ନିଜ ଫ୍ଲାଟକୁ ନେଇ ମଦ ପିଇଯାଉଥିଲା | ତାପରେ ତାଙ୍କୁ ଡ୍ୟାନ୍ସ କରିବାକୁ କହୁଥିଲା ଏବଂ ତାପରେ ତାଙ୍କୁ ଦୁଷ୍କର୍ମ କରୁଥିଲା | ଯେଉଁମାନେ ଗର୍ଭବତୀ ହେଇଯାଉଥିଲେ ତାଙ୍କୁ ନେଇ ନର୍ସିଂହୋମରେ ଗର୍ଭପାତ କରାଉଥିଲା | ସେ ନିଜକୁ ଝିଅମାନଙ୍କ ବାପା କହୁଥିଲା ଏବଂ ପତ୍ରକାରିତାର ଭାଉ ଦେଖାଉଥିଲା | ପୋଲିସ ବର୍ତ୍ତମାନ ସେହି ନର୍ସିଂହୋମ ଡାକ୍ତରଙ୍କୁ ପଚରାଉଚୁରା କରୁଛି | ଚଢ଼ାଉ ବେଳେ ପ୍ୟାରେ ମିଆଁ ଘରୁ ପୋଲିସ ଅଶ୍ଳୀଳ ଭିଡିଓ ଓ ଫଟୋ ଓ ଲକ୍ଷ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରିଛି |

ଚାଇଲ୍ଡଲାଇନ ଓ ପୋଲିସ ଲଗାତାର ନାବାଳିକାଙ୍କୁ ପଚରାଉଚୁରା କରୁଛି | ଇତି ମଧ୍ୟରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି | ଅଭିଯୁକ୍ତ ପ୍ୟାରେ ମିଆଁ ଜଣେ ଶିଶୁଙ୍କ ସହିତ ଇନ୍ଦୋରରେ ଅନେକଥର ଦୁଷ୍କର୍ମ କରିଛି | ନାବାଳିକା ଗର୍ଭବତୀ ହେବାପରେ ଇନ୍ଦୋରରେ ତାଙ୍କର ସୋନୋଗ୍ରାଫି କରିଥିଲା ଏବଂ ତାପରେ ସାହାଜାହାନବାଦ ସ୍ଥିତ ହସ୍ପିଟାଲରେ ଗର୍ଭପାତ କରାଇଥିଲା | ନାବାଳିକାଙ୍କ ବୟାନ ପରେ ବର୍ତ୍ତମାନ ହସ୍ପିଟାଲ ଷ୍ଟାଫ ମଧ୍ୟ ପୋଲିସ ରାଡ଼ାରରେ |

ତଦନ୍ତରେ ଜଣାପଡିଛି ଯେ ପ୍ୟାରେ ମିଆଁ ଗତ ଅଢେଇ ବର୍ଷ ହେଲା ନାବାଳିକାଙ୍କ ସହିତ ଦୁଷ୍କର୍ମ କରୁଥିଲା | ଇନ୍ଦୋର ସହ ଭୋପାଲରେ ନିଜ ଫ୍ଲାଟରେ ମଧ୍ୟ ଅନେକଥର ଦୁଷ୍କର୍ମ କରିଛି | ଚାଇଲ୍ଡଲାଇନ ଟିମ ଲଗାତାର ନାବାଳିକାଙ୍କୁ କାଉନ୍ସିଲିଙ୍ଗ କରୁଛି | ଆଗାମୀ ଦିନରେ ଆହୁରି ବଡ ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି |

ବୁଧବାର ଦିନ ପୋଲିସ ପ୍ୟାରେ ମିଆଁକୁ ଜାମ୍ମୁ କାଶ୍ମିରରୁ ଗିରଫ କରିଛି | ଏସ.ଆଇ. ଟି. ଟିମ ଗୁରୁବାର ଦିନ ଅଭିଯୁକ୍ତ ପ୍ୟାରେ ମିଆଁକୁ ଭୋପାଲ ଆଣିଛି | ଅଭିଯୁକ୍ତ ଜାମ୍ମୁ ଦେଇ ପାକିସ୍ତାନ ଚାଲିଯିବାକୁ ଯୋଜନା କରିଥିଲା ବୋଲି ଜଣାପଡିଛି | ପୋଲିସ କଣ୍ଟ୍ରୋଲ ରୁମରେ ପ୍ୟାରେ ମିଆଁକୁ ଲଗାତାର ପଚରାଉଚୁରା କରୁଛି | ଶୁକ୍ରବାର ଦିନ ତାକୁ ଭୋପାଲ ସ୍ପେଶାଲ କୋର୍ଟରେ ହାଜର କରାଯିବ | ଏହାପରେ ତାକୁ ରିମାଣ୍ଡରେ ନିଆଯିବ |

Show More
Back to top button