ଜୀବନମନ୍ତ୍ରଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ
ନଦୀବନ୍ଧରୁ ନବଜାତ ଶିଶୁପୁତ୍ର ଉଦ୍ଧାର l


ସତ୍ୟଶିଖା (ଯାଜପୁର) ୦୩/୧୦/୨୦୨୦ : ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ନଦୀ ବନ୍ଧ କଡରେ ଏକ ବ୍ୟାଗରେ ଶିଶୁଟି ଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁ ପୁତ୍ର ଟିକୁ କିଏ କାହିଁକି ଏଠାରେ ପକେଇ ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।