ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ବିଶ୍ୱ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ଆଇସିସିର ନୂଆ ଅଧ୍ୟକ୍ଷ ମିଳିଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ର ପ୍ରମୁଖ୍ୟ ଗ୍ରେଗ୍ ଓ୍ୱାର୍କେଲଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ନୂଆ ମୁଖିଆ ଭାବେ ଚୟନ କରାଯାଇଛି । ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଜୁଲାଇ ମାସରେ ଶଶାଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଛି । ସେବେଠାରୁ ପଦ ଖାଲିରହିଥିଲା ।
ଆଇସିସି କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ପଦ ୬ମାସ ପରେ ପୂରଣ ହୋଇଛି । ନ୍ୟୁଜିଲାଣ୍ଡର ଗ୍ରେଗ୍ ଓ୍ୱାର୍କେଲଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଗ୍ରେଗ୍ ଓ୍ୱାର୍କେଲ ୨୦୧୨ରେ ନ୍ୟୁଜିଲାଣ୍ଡ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ । ଗ୍ରେଗ୍ ଓ୍ୱାର୍କେଲ ଏବେ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମ୍ରାନ ଖ୍ୱାଜାଙ୍କୁ ପରାସ୍ତ କରି ଚୟନ ହୋଇଛନ୍ତି । ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଇମ୍ରାନ୍ ଖ୍ୱାଜାଙ୍କୁ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।