ଦେଶନ୍ୟୁଜ୍ରାଜନୀତି

ରାଜସ୍ଥାନର ରାଜନୀତିରେ ନୂଆ ଟୁଇଷ୍ଟ ….

ସତ୍ୟଶିଖା ୨୭.୦୭.୨୦୨୦ ( ନୂଆଦିଲ୍ଲୀ ) : ରାଜସ୍ଥାନରେ ରାଜନୈତିକ ହାଇଡ୍ରାମାରେ ନୂଆ ଟୁଇଷ୍ଟ ଦେଖିବକୁ ମିଳିଛି । ଗେହେଲଟ ସରକାରଙ୍କ ସଙ୍କଟ ଟଳିବାର ନା ନେଉନାହିଁ । ଆଜି ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ଦ୍ଵାରା ଦାୟର ହୋଇଥିବା ମାମଲାର ଶୁଣାଣି ରହିଛି । ଅନ୍ୟପଟେ ପୂର୍ବରୁ କଂଗ୍ରେସ ସରକାରଙ୍କ ସାଥିରେ ଥିବା ବି ଏସପି ଏବେ ଦଳ ହାତ ଛାଡିଛି । ବହୁମତ ଭୋଟ୍ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ସାଧାରଣ ସମ୍ପାଦକ ସତୀଶ ମିଶ୍ର ରବିବାର ଦିନ ରାଜସ୍ଥାନରେ ଥିବା ତାଙ୍କର 6 ଜଣ ବିଧାୟକଙ୍କୁ ହୁଇପ ଦେଇଛନ୍ତି । କଂଗ୍ରେସ ବିରୋଧରେ ଭୋଟ୍ ଦେବାକୁ ମଧ୍ୟ କହିଛନ୍ତି । ଯଦି କୌଣସି ବିଧାୟକ ପାର୍ଟି ହୁଇପ ବିରୋଧରେ ଭୋଟ୍ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେମାନଙ୍କର ବିଧାନସଭା ସଦସ୍ୟତା ବାତିଲ କରାଯିବ ବୋଲି ମଧ୍ୟ କୁହାଯାଇଛି । ପାର୍ଟି ମୁଖ୍ୟ ମାୟାବତୀ ଏହି ହୁଇପ ଦେବା ପାଇଁ କହିଛନ୍ତି ।

Show More
Back to top button