ସତ୍ୟଶିଖା (ଭୁବନେଶ୍ୱର) ୨୫/୦୧/୨୦୨୧ : ଟୋପି ପିନ୍ଧିବା କିଛି ଲୋକଙ୍କ ପାଇଁ ସଉକ ହୋଇଥିବାବେଳେ ଆଉ କିଛି ଲୋକଙ୍କ ପାଇଁ ଏହା ଏକ ଆବଶ୍ୟକତା । ବାହାରେ କାର୍ଯ୍ୟ କରିବା କିମ୍ବା ବୁଲାବୁଲି କରିବା ବେଳେ ସୂର୍ଯ୍ୟକିରଣ ପ୍ରଭାବରୁ ମୁଣ୍ଡ ଏବଂ ଆଖିକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ସାଧାରଣତଃ ଟୋପି ପିନ୍ଧିଥାନ୍ତି । ସେହିଭଳି ଆଉ କିଛି ଲୋକ ମୁଣ୍ଡରେ ରାସ୍ତାର ଧୂଳି ନପଶିବା ପାଇଁ ମଧ୍ୟ ଟୋପି ପିନ୍ଧନ୍ତି । ଏଥିସହିତ କିଛି ଲୋକ ନିଜର ଚନ୍ଦାପଣକୁ ଲୁଚାଇବା ପାଇଁ ଟୋପି ପିନ୍ଧିବା ଦେଖିବାକୁ ମିଳିଥାଏ । ତେବେ ଯୁବବର୍ଗ ଏବଂ ଯୁବସୁଲଭ ମାନସିକତା ଥିବା ବ୍ୟକ୍ତିମାନେ ହିଁ ଅଧିକ ସଂଖ୍ୟାରେ ଟୋପି ପରିଧାନ କରିବା ପରିଲକ୍ଷିତ ହେଉଛି । ଲୋକଙ୍କ ଏହି ଆବଶ୍ୟକତା ଦୃଷ୍ଟିରୁ ଟୋପି ଏକ ବଡ଼ ବଜାରରେ ପରିଣତ ହୋଇଯାଇଛି । ନାମୀଦାମୀ କମ୍ପାନିମାନେ ମଧ୍ୟ ଏ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ବଡ଼ ବଡ଼ ସୋ’ରୁମ୍ରେ ଟୋପି ପାଇଁ ମଧ୍ୟ ସ୍ବତନ୍ତ୍ର ବିଭାଗ ଖୋଲିଲାଣି । ଓଡ଼ିଶା ବଜାର ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ ।
ନୂଆ ଟ୍ରେଣ୍ଡ୍ : ହାଇପାକୁଲ୍ ଟୋପି
