
ସତ୍ୟଶିଖା ୦୧/୦୧/୨୦୨୧ :
ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍
ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍ ଲାଗୁ ହେବ । ନୂଆ ବ୍ୟବସ୍ଥାରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ ପାଇଁ କିଛି ବିବରଣୀ ଯଥା ଚେକ୍ ନମ୍ବର, ଚେକ୍ ତାରିଖ, ନାମ, ଆକାଉଣ୍ଟ୍ ନମ୍ବର ଏକଂ ସଠିକ୍ ମୂଲ୍ୟ ଆଦି ବିବରଣୀକୁ ପୁନର୍ବାର ସ୍ପଷ୍ଟ କରିବାକୁ ପଡ଼ିପାରେ ।
ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପର୍ଶବିହୀନ କାର୍ଡ ପେମେଣ୍ଟ୍ ସୀମାକୁ ୨୦୦୦ ଟଙ୍କାରୁ ବଢ଼ାଇ ୫୦୦୦ ଟଙ୍କା କରାଯାଇଛି । ଏହି ନିଷ୍ପତ୍ତି ନୂଆବର୍ଷରୁ ଲାଗୁ ହେବ । ଡିଜିଟାଲ୍ ପେମେଣ୍ଟ୍ରେ ଉନ୍ନତି ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି ।
କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସ୍ଟି ରିଟର୍ଣ୍ଣ
ପାଞ୍ଚ କୋଟି ଟଙ୍କା ଭିତରେ କାରବାର କରୁଥିବା କ୍ଷୁଦ୍ର ବ୍ୟସାୟୀମାନଙ୍କୁ ୧୨ ବଦଳରେ କେବଳ ୪ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ । ଏହାର ପ୍ରଭାବ ୯.୪ କୋଟି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡ଼ିବ ।ଷ୍ଟାଣ୍ଡାର୍ଡ ମିଆଦୀ ବୀମା
ଜାନୁଆରି ୧ ସୁଦ୍ଧା ‘ସରଳ ବୀମା ଯୋଜନା’ ନାମରେ ଷ୍ଟାଣ୍ଡାର୍ଡ ମିଆଦୀ ବୀମା ସ୍କିମ୍ ଆଣିବାକୁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍ଡିଏଆଇ ପକ୍ଷରୁ ବୀମା କଂପାନିଗୁଡ଼ିକୁ କୁହାଯାଇଥିଲା । ପ୍ରଥମ ଥର ବୀମା କିଣୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଏହି ପଲିସି ଆସିବ । ଏଥିରେ ସର୍ବନିମ୍ନ ବୀମା ରାଶି ୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୫ ଲକ୍ଷ ଟଙ୍କା ରହିବ ।
ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲ୍କୁ କଲ୍ କଲେ ଶୂନ ଲଗାଇବାକୁ ପଡ଼ିବ
କୌଣସି ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲ୍ ନମ୍ବରକୁ କଲ୍ କରିବା ବେଳେ ନମ୍ବର ପୂର୍ବରୁ ସଂଖ୍ୟା ‘ଶୂନ’ ଯୋଡ଼ିବାକୁ ପଡ଼ିବ । ଏହି ନୂଆ ନିୟମ ଆସନ୍ତାକାଲି ଠାରୁ ଲାଗୁ କରିବାକୁ ଟେଲିକମ୍ କଂପାନିଗୁଡ଼ିକୁ ଟେଲିକମ୍ ବିଭାଗ ନିର୍ଦେଶ ଦେଇଥିଲା ।
ମାସର ପ୍ରଥମ ଦିନରେ ଏଲ୍ପିଜି ଦର ବଦଳିବ
ପ୍ରତି ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡିର ମୂଲ୍ୟରେ ସଂଶୋଧନ ହେବ । ଆନ୍ତର୍ଜାତିକ ବଜାର ମୂଲ୍ୟ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଦର ନିର୍ଧାରଣ କରିବେ ।