ମନୋରଞ୍ଜନସିନେମା

ବରୁଣ ଧୱନଙ୍କ ଫିଲ୍ମ ‘ଭେଡିଆ’ର ନୂଆ ପୋଷ୍ଟର୍ ରିଲିଜ୍

ସତ୍ୟଶିଖା( ଭୁବନେଶ୍ୱର )୧୯. ୧୦. ୨୦୨୨: କ୍ରିତି ସାନନ୍ ଏବଂ ବରୁଣ ଧୱନଙ୍କ ଫିଲ୍ମ ‘ଭେଡିଆ’ ଆଜିକାଲି ଚର୍ଚ୍ଚାରେ। ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଥିଲା। ବର୍ତ୍ତମାନ ନିର୍ମାତା କ୍ରିଏଟିଭ୍ କମେଡିର ଆଉ ଏକ ରୋମାଞ୍ଚକର ଝଲକ ପ୍ରକାଶ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତ୍ରୀ କ୍ରିତି ସାନନ୍ ‘ଭେଡିଆ’ର ଲାଟେଷ୍ଟ ପୋଷ୍ଟରରେ ସର୍ଟ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି। ତାଙ୍କ ହାତରେ ଏକ ଲାଇଟ୍ ଧରିଥିବା ଦେଖାଯାଇଛି। ସେ କଣ କରୁଛନ୍ତି? ଫିଲ୍ମରେ ତାଙ୍କର ଚରିତ୍ର କ’ଣ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ମିଳିଯିବ। ‘ଭେଡିଆ’ ର ଟ୍ରେଲର ଅକ୍ଟୋବର ୧୯ ରେ ରିଲିଜ୍ ହେବ।

Show More
Back to top button