

ସତ୍ୟଶିଖା ୧୦/୧୨/୨୦୨୦ : ଝାଡଖଣ୍ଡର ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଞ୍ଚଳର ଏକ ଗାଁରେ ୫ଟି ପିଲା ଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୧୭ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ପ୍ରତି ମଙ୍ଗଳବାର ପୀଡ଼ିତାଙ୍କ ଗାଁରେ ଏକ ବଜାର ଖୋଲାଯାଇଥାଏ । ଏହି ବଜାରରୁ ମହିଳା ଜଣଙ୍କ ରାତି ୮ଟା ସମୟରେ ନିଜ ସ୍ୱାମୀଙ୍କ ସହ ନିଜ ଘରକୁ ଫେରୁଥିଲେ । ଫେରୁଥିବା ବେଳେ ୧୭ ଜଣ ମଦ୍ୟପ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କୁ ବାନ୍ଧି ଦେବାସହ ମହିଳାଙ୍କୁ ଗଣଦୁଷ୍ମର୍ମ କରିଥିଲେ ।