ରାଜ୍ୟ

ଶିଶୁଟିର ଜନ୍ମ ପଛରେ ଧାଈ ମାଆର ଭୂମିକା ଅବିସ୍ମରଣୀୟ

ଭୁବନେଶ୍ୱର(ସତ୍ୟଶିଖା): “ବାପା-ମାଆଙ୍କ ବ୍ୟତୀତ ଆଉ ଜଣେ କିଏ, ଯାହାଙ୍କ ବିନା କୌଣସି ବ୍ୟକ୍ତି ଦୁନିଆକୁ ଆସି ପାରିବ ନାହିଁ। ଏହି ପ୍ରଶ୍ନଟି ସମସ୍ତଙ୍କୁ ଭାବନାରେ ପକାଇ ଦିଏ। ଯାହାର ଉତ୍ତର ହୁଏତ କାହାପାଖରେ ନଥାଏ। ତଥାପି ନାନା ଲୋକ ବିଭିନ୍ନ ଉତ୍ତର ଦେଇଥାଆନ୍ତି।”

ଏହାର ଉତ୍ତର ଦେବାକୁ ଯାଇ କୋଭିଡ୍‌-୧୯ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ବାପାଆମା ଆମକୁ ଜନ୍ମ ଦେଇଛନ୍ତି ସତ। କିନ୍ତୁ ଯିଏ ପ୍ରସବ କକ୍ଷରେ ଥାଇ ମାତୃ ଗର୍ଭରୁ ନବଜାତ ଶିଶୁକୁ ଓଲଟା କରି ପିଠି ଥାପୁଡ଼ାଇ ପ୍ରଥମ ପ୍ରଶ୍ୱାସ ନେବାରେ ଯାହାଯ୍ୟ କରିଥାଏ, ଯିଏ ନାହିର ଡୋର କାଟି ମାଆକୁ ଶିଶୁଠାରୁ ଅଲଗା କରି ଜୀବନକୁ ନୂଆ ସଜ୍ଞା ଦେଇଥାଏ, ସେହି ମଣିଷଟିଏ ହେଉଛି ଜଣେ ନର୍ସ ବା ଧାଈ ମାଆ। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଦିନଟିକୁ ନର୍ସ ଓ ଧାଈ ମାଆଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ହୃଦୟର ସମ୍ମାନ ଜଣାଇବା ସହିତ ପ୍ରତ୍ୟକ ନର୍ସ ଓ ଧାଈ ମାଆମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ସେ ଆହୁରି କହିଛନ୍ତି-“ନିଜାମୁଦ୍ଦିନ ଫେରନ୍ତୁଙ୍କୁ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଗୋଟିଏ ନିବେଦନ କରିଥିଲେ। ବିନା ଭୟ, ଲଜ୍ଜ୍ୟା ଓ ଆଶଙ୍କାରେ ଆଗେଇ ଆସି ନିଜକୁ ଚିହ୍ନଟ କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଅପିଲ୍‌ ପରେ ଆହୁରି ୪୨ ଆଗକୁ ଆସିଥିଲେ। ଏପରିକି ସେମାନଙ୍କ ପରିବାର ଲୋକ ମଧ୍ୟ ନିଜର ସୂଚନା ଜଣାଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ କରିଛନ୍ତି। ପୂର୍ବରୁ ୨୮ ଜଣ ନିଜର ନାଁ ରେଜିଷ୍ଟ୍ରେସନ୍‌ କରିଥିଲେ।”

ମହାମାରୀ ‘କରୋନା’ର ମୁକାବିଲା ପାଇଁ ବେସରକାରୀ ଓ ଅବସରପ୍ରାପ୍ତ ଡାକ୍ତରମାନେ ଆଗେଇ ଆସିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ୩୦୦ ଡାକ୍ତର ଆଗେଇ ଆସିଛନ୍ତି। ଏମାନେ ଟେଲିଫୋନ୍‌ ମାଧ୍ୟମରେ ରାଜ୍ୟବାସୀଙ୍କୁ ଚିକିତ୍ସା ସେବା ଯୋଗାଇବେ।

[ad_2]
Show More
Back to top button