ରୁକୁଣା ରଥକୁ ନେଇ ନୂଆ ଗାଇଡ ଲାଇନ ଜାରି: ବିନା ଭକ୍ତରେ ହେବ ରଥଯାତ୍ରା

ସତ୍ୟଶିଖା(ଭୁବନେଶ୍ୱର) ୦୯.୦୪.୨୦୨୧: ଭୁବନେଶ୍ଵର ମହାନଗର ନିଗମ ରୁକୁଣା ରଥଯାତ୍ରାକୁ ନେଇ ନୂଆ ଗାଇଡ ଲାଇନ ଜାରି କରିଛି। ଚଳିତବର୍ଷ ରୁକୁଣା ରଥଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହେବ। ରଥଯାତ୍ରା ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ। ହୋଇଛି। ନେଗେଟିଭ ଆସିଥିବା ସେବାୟତ ଯାତ୍ରାରେ ଯୋଗଦେବା ସହିତ ସେମାନଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ବୋଲି କୁହାଯାଇଛି।

Exit mobile version