ଅପରାଧଦେଶନ୍ୟୁଜ୍

ମୁ୍ମ୍ବାଇ ଡଗ୍ସ ମାମଲାର ଓଡିଶା ଲିଙ୍କ୍ ନେଇ ନୂଆ ତଥ୍ୟ : କ୍ରୁଜ ଭିତରେ ଅନ୍ୟଏକ ଡ୍ରଗ୍ସ ପାର୍ଟିରେ ସାମିଲ ଥିଲେ ରାଉରକେଲାର ୨ ଯୁବକ

ସତ୍ୟଶିଖା(ଭୁବନେଶ୍ୱର )୦୬.୧୦ .୨୦୨୧:  ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଦୁଇ ଓଡ଼ିଆ ଅଭିନ୍ ସାହୁ ଓ ମନୀଷ ରାଜଗରିଆ । ଏମାନଙ୍କୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଏମାନେ ଶାହାରୁଖ ଖାନ୍ଙ୍କ ପୁଅ ଆରୟନ୍ ସାମିଲ ହୋଇଥିବା ପାର୍ଟିରେ ଯୋଗଦେଇନଥିଲେ । କ୍ରୁଜ୍ରେ ଚାଲିଥିବା ଆଉ ଏକ ପାର୍ଟରେ ସାମିଲ ଥିଲେ ଏମାନେ । ଯାହାର ଏଂଟ୍ରି ଫି’ ଥିଲା ୫୦ ହଜାର ଟଙ୍କା । ୧୫ ଜଣିଆ ଗ୍ରୁପକୁ ନେଇ ଏହି ପାର୍ଟିର ଆୟୋଜନ କରାଯାଇଥିଲା । ଆଉ ଏଥିରେ ୮ରୁ ୯ ଜଣ ରାଉରକେଲାର ଯୁବକ ଥିଲେ ।

Show More
Back to top button