ନିଯୁକ୍ତି

ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ ଦାୟିତ୍ୱ ଗ୍ରହଣ କଲେ

ସତ୍ୟଶିଖା ( ନୂଆଦିଲ୍ଲୀ )୩୦ /୦୯ /୨୦୨୧:  ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏୟାର ମାର୍ଶାଲ ଚୌଧୁରୀଙ୍କର ରହିଛି ୩୮ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା । ବିଭିନ୍ନ ଫାଇଟର ଓ ଟ୍ରେନିଂ ଜେଟ୍ ଉଡ଼ାଣରେ ରହିଛି ତାଙ୍କର ବିଶେଷ ଦକ୍ଷତା । ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍ର ଟ୍ୱେଂଟି ଓ୍ୱାନ୍, ଟ୍ୱେଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି। କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Show More
Back to top button