ଭିଡିଓମନୋରଞ୍ଜନସିନେମା

ଆଜିଠାରୁ ଦୁଇଦିନ ଯାଏଁ ମାଗଣାରେ ଉପଲବ୍ଧ ହେବ ନେଟଫ୍ଲିକ୍ସ

ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ଆଜିଠାରୁ(ଶନିବାର) ଦୁଇ ଦିନ ପାଇଁ ଆପଣ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିପାରିବେ | ସପ୍ତାହକ ପୂର୍ବରୁ ନେଟଫ୍ଲିକ୍ସ ଘୋଷଣା କରିଥିଲା ଯେ ଭାରତରେ ଷ୍ଟ୍ରିମ୍ ଫେଷ୍ଟ ଯୋଗୁଁ ମାଗଣାରେ ବ୍ୟବହାର କରିବାକୁ ଦିଆଯିବ । ତେବେ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ବିବରଣୀ ଯଥା ଡେବିଟ୍ କିମ୍ବା କ୍ରେଡିଟ କାର୍ଡ ନମ୍ବର ଦେବାକୁ ପଡିବ ନାହିଁ। ନେଟଫ୍ଲିକ୍ସ ଅନୁଯାୟୀ, ଏହି ଅଫରରେ ଉପଭୋକ୍ତାମାନେ ଦୁଇ ଦିନ ପାଇଁ ମାଗଣା ସୁବିଧା ପାଇପାରିବେ | ଏହି ଷ୍ଟ୍ରିମ୍ ଫେଷ୍ଟ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ନେଟଫ୍ଲିକ୍ସର ଗ୍ରାହକ ନୁହଁନ୍ତି |କେମିତି ପାଇବେ ମାଗଣା ନେଟଫ୍ଲିକ୍ସ
ଏହି ଅଫର ପାଇବାକୁ ହେଲେ ପ୍ରଥମେ ଏକ ନେଟଫ୍ଲିକ୍ସ ଆକାଉଣ୍ଟ ସୃଷ୍ଟି କରିବା ଆବଶ୍ୟକ | ଏଥିପାଇଁ ଆପଣ ନେଟଫ୍ଲିକ୍ସ ଆପ୍ ଡାଉନଲୋଡ୍ କରିପାରିବେ କିମ୍ବା ନେଟଫ୍ଲିକ୍ସ ଡଟ କମ/ଷ୍ଟ୍ରିମ ଫେଷ୍ଟ ୱେବସାଇଟରୁ ଯାଇ ଡାଉନଲୋଡ଼ କରିପାରିବେ | ଆପ୍ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ସାଇନ୍ ଅପ୍ କରିବାକୁ ପଡିବ | ଏଠାରେ ଫୋନ୍ ନମ୍ବର, ଇମେଲ୍ ଆଇଡି ଏବଂ ପାସୱାର୍ଡ ଦେବାକୁ ହେବ | ଆକାଉଣ୍ଟ୍ ସୃଷ୍ଟି କରିବା ପରେ, ଆପଣ ୫ -୬ ଡିସେମ୍ବର ୨୦୨୦ ଯାଏଁ ମାଗଣାରେ ନେଟଫ୍ଲିକ୍ସକୁ ବ୍ୟବହାର କରିପାରିବେ | ଏହି ଫେଷ୍ଟ ଅଧୀନରେ ଆପଣ ଯେକୌଣସି ଟିଭି, ଲାପଟପ୍ କିମ୍ବା ମୋବାଇଲରେ ମାଗଣାରେ ନେଟଫ୍ଲିକ୍ସରେ ଥିବା ଭିଡିଓକୁ ଦେଖିପାରିବେ | ତେବେ ଏହି ସମୟ ମଧ୍ୟରେ ଆପଣ ଏସଡି ମାନର ଭିଡିଓ ହିଁ ଦେଖିପାରିବେ | ଆପଣ ଏହି ସମୟରେ ଏଚଡି ବା ଫୁଲ ଏଚଡ଼ି ଭିଡିଓ ଦେଖିପାରିବେ ନାହିଁ | ଭାରତରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି+ ହଟଷ୍ଟାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଏ |

Show More
Back to top button