ନେପାଳ ବିମାନ ଦୁର୍ଘଟଣା: ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ୧୬ ମୃତଦେହ ଉଦ୍ଧାର

ସତ୍ୟଶିଖା( କାଠମାଣ୍ଡୁ )୩୦.୦୫.୨୦୨୨ : ନେପାଳରେ ନିଖୋଜ ହୋଇଥିବା ତାରା ଏୟାରଲାଇନ୍ସର ବିମାନ ୯ NAETର ସନ୍ଧାନ ମିଳିବା​‌ ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ନେପାଳ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଫଣିନ୍ଦ୍ର ମଣି ପୋଖରେଲ ସୋମବାର କହିଛନ୍ତି ଯେ, ଏହି ବିମାନରେ ମୋଟ୍‌ ୨୨ ଜଣ ଯାତ୍ରୀ ଥିବାବେଳେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ କୌଣସି ଯାତ୍ରୀ ବଞ୍ଚିଥିବାର କୌଣସି ସମ୍ଭାବନା ନାହିଁ। ତେବେ ସରକାରୀ ବିବୃତ୍ତି ପରେ ପ୍ରକାଶ ପାଇବ। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସର ସୂଚନାନୁସାରେ, ମୃତଦେହଗୁଡ଼ିକର ଅବସ୍ଥା ଏତେ ଖରାପ ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର।

Exit mobile version