

ସତ୍ୟଶିଖା(କାଠମାଣ୍ଡୁ ) ୨୨.୦୫.୨୦୨୧:ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରିଛନ୍ତି । ନେପାଳରେ ୧୨ ଏବଂ ୧୯ ନଭେମ୍ବରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉଭୟ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସରକାର ଗଠନ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନେପାଳ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି ।
ଉଭୟ କେପି ଶର୍ମା ଓଲି ଏବଂ ବିରୋଧୀ ଦଳ ନୂତନ ସରକାର ଗଠନ ଦାବିରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ସାଂସଦଙ୍କ ଦସ୍ତଖତ ସହିତ ଏକ ଚିଠି ଦାଖଲ କରିଥିଲେ । ବିରୋଧୀ ଦଳର ନେତାଙ୍କ କିଛି ମିନିଟ୍ ପୂର୍ବରୁ ଓଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମ୍ବିଧାନର ଧାରା ୭୬ (୫) ଅନୁଯାୟୀ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ପାଇଁ ଓଲି ତାଙ୍କ ଦଳର CP1-UMLର ୧୨୧ ସଦସ୍ୟ ଏବଂ ଜନତା ସମାଜ-ନେପାଳ (ଜେଏସପି-ଏନ) ର ୩୨ ସାଂସଦଙ୍କ ସମର୍ଥନ ଦାବିରେ ଏକ ଚିଠି ଦାଖଲ କରିଥିଲେ ।