
ସତ୍ୟଶିଖା : ୦୯/୦୪/୨୦୨୫: ଭାରତ-ଆରବ ସମ୍ପର୍କ ଦେଖି ଜଳୁଛନ୍ତି ପଡୋଶୀପିଏମ, ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଦୁବାଇ କ୍ରାଉନ୍ ପ୍ରିନ୍ସ ନୂଆ ସୋପାନରେ ଭାରତ-ୟୁଏଇ ସମ୍ପର୍କସାମରିକ, ବାଣିଜ୍ୟ, ଟେକ୍ନୋଲୋଜି ସହ ପାରସ୍ପରିକ ସହଯୋଗକୁ ଗୁରୁତ୍ବ
୨ ଦିନିଆ ଭାରତ ଗସ୍ତରେ ଦୁବାଇ କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ ମହମ୍ମଦ
ଧର୍ମୀୟ କଠୋରତା ପରିବର୍ତ୍ତେ ପ୍ରଗତିଶୀଳ ନଜରରେ ବିଶ୍ବକୁ ଦେଖିବାର ପରିଣତି ଦେଖୁଛି ବିଶ୍ବ । କିଛି ବର୍ଷ ମଧ୍ୟରେ ଭାରତ ଓ ୟୁଏଇ ସଂପର୍କ ନୂଆ ସୋପାନରେ ପହଞ୍ଚିଥିବାବେଳେ ଜଳୁଛନ୍ତି ପଡୋଶୀ ଚୀନ ଓ ପାକିସ୍ତାନ ।
ଭାରତ ଉପରେ ଆରବ ଦେଶର ନୂଆ ପୀଢି ଭରସା କରିବା ସହ ସଂପର୍କ ଦୃଢ଼ କରିବାକୁ ନେଉଛନ୍ତି ବଡ଼ ପଦକ୍ଷେପ । ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ ମହମ୍ମଦ ବିନ ରସିଦ ଅଲ ମକତମ । ଭାରତ-ୟୁଏଇ ଷ୍ଟ୍ରାଟେଜିକ ପାର୍ଟନରସିପ ଉପରେ ବିଶ୍ବାସ ପ୍ରକଟ କରିବା ସହ କ୍ରାଉନ ପ୍ରିନ୍ସଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ପିଏମ ମୋଦି । ଦୁବାଇର କ୍ରାଉନ ପ୍ରିନ୍ସ ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତରେ ଆସିଛନ୍ତି ।
ସାମରିକ ସହଯୋଗ କ୍ଷେତ୍ରରେ ମଧ୍ୟ ଭାରତ-ୟୁଏଇ ସମ୍ବନ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି କ୍ରାଉନ ପ୍ରିନ୍ସ ତଥା ୟୁଏଇ ପ୍ରତିରକ୍ଷା ମନ୍ତ୍ରୀ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଭୟ ଦେଶ ସୁରକ୍ଷାକୁ ନେଇ ଏକାଧିକ ଗୁରୁତ୍ବପୂର୍ଣ୍ଣ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଭାରତ ଓ ୟୁଏଇ ମଧ୍ୟରେ ନିବେଶ ଓ ଶକ୍ତି ସହଯୋଗକୁ ଉଭୟ ନେତାଙ୍କ ମଧ୍ୟରେ ହୋଇଥିଲା ଚର୍ଚ୍ଚା । ଆଧୁନିକ ଦୃଷ୍ଟିକୋଣ ଓ ଆବୁଧାବିର ଆର୍ଥିକ ବିକାଶରେ ଦୀର୍ଘକାଳୀନ ସହଭାଗିତା ପାଇଁ କ୍ରାଉନ ପ୍ରିନ୍ସ ଇଚ୍ଛା ପ୍ରକାଶ କରିଛନ୍ତି ।
ପାରମ୍ପରିକ ଶାସନ ଓ ତୈଳ ଅର୍ଥବ୍ୟବସ୍ଥାରୁ ହଟି ଏକବିଂଶ ଶତାବ୍ଦୀର ବିଭିନ୍ନ ଚ୍ୟାଲେଞ୍ଜ ପାଇଁ ଦେଶକୁ ପ୍ରସ୍ତୁତ କରୁଛନ୍ତି ୟୁଏଇର ନୂଆପିଢି । ବିକାଶ ଓ ବନ୍ଧୁତା ଦିଗରେ ଆଉ ପାଦେ ଆଗେଇବାକୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ୍ ମୋହମ୍ମଦ ଅଲ ମକତୁମ । ଭାରତ-ୟୁଏଇ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୟୁଏଇରେ ରହୁଥିବା ୪୩ଲକ୍ଷ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ କ୍ରାଇନ ପ୍ରିନ୍ସଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ଆରବ ଦେଶର ନୂଆ ପୀଢି ଭାବେ ନେତୃତ୍ବ ନେଉଥିବା ଶେଖ ହମଦାନ, ଶେଖ ଖାଲିଦ ଓ ପ୍ରିନ୍ସ ସଲମାନ, ଭାରତ ସହ କୁଟନୈତିକ, ଆର୍ଥିକ ଓ ସାଂସ୍କୃତିକ ସଂପର୍କ ସୁଦୃଢ କରିବା ଦିଗରେ କାମ କରୁଛନ୍ତି । ଭାରତ ଓ ୟୁଏଇ ମଧ୍ୟରୁ ପୂର୍ବରୁ ବ୍ୟାପାର ଓ ନିବେଶ କ୍ଷେତ୍ରରେ ମଜବୁତ ସଂପର୍କ ରହିଛି । ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବ୍ୟାପାର ପ୍ରାୟ ୮୫ବିଲିୟମ ଡଲାର ରହିଥିବାବେଳେ ୨୦୨୪-୨୫ରେ ଆଶାନୁରୂପ ବୃଦ୍ଧି ପାଇଛି ।