ସତ୍ୟଶିଖା ( ଭୁବନେଶ୍ୱର ) ୨୬ . ୦୮.୨୦୨୦ : ନିର୍ଦ୍ଦାରିତ ସମୟରେ ହେବ NEET ଓ JEE ପରୀକ୍ଷା । ବଦଳିବନି ଜେଇଇ, ନିଟ୍ ପରୀକ୍ଷା ତାରିଖ । ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ପରୀକ୍ଷା । ତାରିଖ ଘୁଞ୍ଚାଇବାକୁ ମନା କଲା NTA । ସେପ୍ଟେମ୍ୱର ୧୩ରେ ନିଟ ପରୀକ୍ଷା ହେବାକୁ ଥିବାବେଳେ ସେପ୍ଟେମ୍ୱର ୧ରୁ ୬ ମଧ୍ୟରେ ଜେଇଇ ପରୀକ୍ଷା ହେବ । ଜେଇଇ ନିମନ୍ତେ ଆଡମିଟ କାର୍ଡ ପଠାଯାଇ ସାରିଛି ଏବଂ ଖୁବଶୀଘ୍ର ନିଟ ଆଡମିଟ କାର୍ଡ ପଠାଯିବ ବୋଲି ଏନଟିଏ କହିଛି ।
ସାମାଜିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ପରୀକ୍ଷାକେନ୍ଦ୍ର ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଛି । ହଲ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପରୀକ୍ଷାର୍ଥୀମାନେ ଗୋଟିଏ ଗୋଟିଏ ସିଟ ଛାଡ଼ି ବସିବେ । ପୂର୍ବରୁ ଗୋଟିଏ ହଲରେ ୨୪ ଜଣ ପରୀକ୍ଷାର୍ଥୀଙ୍କ ଲାଗି ସିଟ ବ୍ୟବସ୍ଥା ହେଉଥିବା ବେଳେ ଏଥର ସିଟ ସଂଖ୍ୟା ୧୨କୁ ହ୍ରାସ କରାଯାଇଛି ।