ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ନୀରଜ ଚୋପ୍ରା

ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୭ . ୨୦୨୨:  ଭାରତର ସୁନା ପୁଅ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ରେକର୍ଡ କରିଛନ୍ତି। ସେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ସିଧା ଫାଇନାଲ ଟିକେଟ ହାତେଇଛନ୍ତି। ୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି।

ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ। ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ ଦୁଇ ଥର ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ନୀରଜଙ୍କ ଫାଇନାଲ ମୁକାବିଲା ରବିବାର ସକାଳ ୭.୫ରେ ଅନୁଷ୍ଠିତ ହେବ।

ଯେଉଁ ଆଥଲେଟମାନେ ୮୩.୫୦ ମିଟରରୁ ଅଧିକ କିମ୍ବା ଟପ୍‌ ୧୨ ମଧ୍ୟରେ ରହିବେ, ସେମାନଙ୍କୁ ନେଇ ବିଶ୍ୱ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ନୀରଜ ଗ୍ରୁପ ଏରେ ଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ଓ ଅନ୍ୟତମ ଭାରତୀୟ ଖେଳାଳି ରୋହିତ ଯାଦବ ଗ୍ରୁପ ବିରେ ରହିଛନ୍ତି।

Exit mobile version