ପୁଣି ଦେଶ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା ।

ସତ୍ୟଶିଖା :୨୫/୦୬/୨୦୨୫: ଚେକ୍ ଗଣରାଜ୍ୟରେ ଅନୁଷ୍ଠିତ ହୋଇଥିବା ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଜିତିଲେ ସ୍ୱର୍ଣ୍ଣ ପଦକ । ନୀରଜ ତୃତୀୟ ରାଉଣ୍ଡରେ 85 ଦଶମିକ 29 ମିଟର ଫିଙ୍ଗିଥିଲେ ଜାଭେଲିଂ । ଯାହାକୁ ଅନ୍ୟ କୌଣସି ଖେଳାଳି ଅତିକ୍ରମ କରିପାରି ନଥିଲେ । ଦକ୍ଷିଣ ଆଫ୍ରିକାର ଡୋଉ ସ୍ମିଥ୍‌ ଦ୍ୱିତୀୟ ରାଉଣ୍ଡରେ 84 ଦଶମିକ 12 ମିଟର ଫିଙ୍ଗିଥିଲେ । ଯାହା ଛଅ ରାଉଣ୍ଡରେ ତାଙ୍କର ସର୍ବାଧିକ ଥିଲା । ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟପକ୍ଷରେ, ଗ୍ରେନାଡାର ଆଣ୍ଡରସନ୍ ପିଟର ତାଙ୍କ ପ୍ରଥମ ପ୍ରୟାସରେ 83 ଦଶମିକ 63 ମିଟର ଫିଙ୍ଗିଥିଲେ ଏବଂ ଏହା ଛଅ ରାଉଣ୍ଡରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Exit mobile version