‘ଜୱାନ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ନୟନତାରା

ସତ୍ୟଶିଖା( ମୁମ୍ବାଇ )୧୧.୧୦.୨୦୨୨: ଦକ୍ଷିଣ ଭାରତୀୟ ସିନେମା ଜଗତର ଚର୍ଚ୍ଚିତ ଚେହେରା ନୟନତାରାଙ୍କୁ ଆଗକୁ କିଙ୍ଗ୍ ଖାନ୍ ଶାହରୁଖ୍ ଙ୍କ ସହ ‘ଜୱାନ୍’ରେ ଦେଖିବାକୁ ମିଳିବ । ସେହି ଆକ୍ସନ୍ ଥ୍ରିୀଲର ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି ସେ । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ ନିଜର ଆଶା ସଂପର୍କରେ ନୟନତାରା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଶାହରୁଖ୍ ଖାନଙ୍କର ମୁଁ ଜଣେ ବଡ଼ ପ୍ରଶଂସକ । ଫିଲ୍ମ ପରଦାରେ ନିଜର ଭୂମିକାକୁ ଜୀବନ୍ତ ଭାବେ ନିର୍ବାହ କରିବାକୁ ସେ ଶତ ପ୍ରତିଶତ ଉଦ୍ୟମ କରିଥାନ୍ତି । ଏଭଳିକ୍ଷେତ୍ରରେ ତାଙ୍କ ସହ ଅଭିନୟ ମୋ’ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା । ଫିଲ୍ମରେ ଦର୍ଶକ ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇବେ । ଜଣେ ପୁଲିସ ଅଧିକାରୀ ଭାବେ ମୁଁ ଅପରାଧୀଙ୍କ ବିରୋଧରେ ଆକ୍ସନ୍ ମୋଡରେ ନଜର ଆସିବି ।

Exit mobile version