ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି ଗଳା କ୍ୟାନସରରେ ଥିଲେ ପୀଡିତ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର କଟକ ଚୌଦ୍ବାରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ସେ ଓଡ଼ିଆ ସିନେ ଜଗତରେ ଅନେକ ସଙ୍ଗୀତରେ ନିର୍ଦ୍ଦେଶନା କରି ଚାରିଆଡେ ପ୍ରଶଂସାର ପାତ୍ର ପାଲଟିଥିଲେ । ‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ନିର୍ଦ୍ଦେଶନା ଦେଇ ଶ୍ରୋତାଙ୍କ ହୃଦୟ ଜିତି ପାରିଥିଲେ ।