ଦେଶନ୍ୟୁଜ୍ବାଣିଜ୍ୟ

ବଜେଟ-୨୦୨୧-୨୨ : ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି । କରୋନା ଭଳି କଠିନ ପରିସ୍ଥିତିରେ ସେ ଏହି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ।

ଚଳିତ ବଜେଟରେ ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଇଷ୍ଟ-ୱେଷ୍ଟ ଓ ନର୍ଥ-ସାଉଥ କରିଡର ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଖଡ଼ଗପୁରରୁ ବିଜୟୱାଡ଼ା  ଇଷ୍ଟକୋଷ୍ଟ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଉ ୨୭ଟି ସହରରେ ୧୦୬୦ କି.ମି ମେଟ୍ରୋ ରେଳ ଲାଇନ ସଂପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଦେଶର ୪୬ ହଜାର କିଲୋମିଟର ରେଳ ଲାଇନରେ ଟ୍ରେନ୍ ଚଳାଚଳ କରିବ । ୨୦୩୦କୁ ବିଚାରକୁ ନେଇ ଜାତୀୟ ରେଳ ଯୋଜନା ଉପରେ ଦ୍ରୁତଗତିରେ କାର୍ୟ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଦେଶର ପର୍ଯ୍ୟଟନ ରେଳ ଟ୍ରାକରେ ନୂତନ ଓ ଆଧୁନିକ କୋଚ୍ ଚଳାଚଳ କରିବା ନେଇ ଘେଷଣା କରାଯାଇଛି ।​‌ ସେହିପରି ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ୬୩ ହଜାର କୋଟି ବ୍ୟୟ ବରାଦ କରାଯାଇଛି ।

ଦେଶର ଧାର୍ମିକ ସ୍ଥଳର ଦର୍ଶନ ପାଇଁ ରେଳବାଇ ଆସ୍ଥା ସର୍କିଟ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇଛି । ଏହି ୧୪ ଦିନିଆ ଯାତ୍ରା ସମୟରେ ରେଳବାଇ ପକ୍ଷରୁ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା କରାଯାଇଛି ।  ଏହି ଟ୍ରେନ୍ ସାମସ୍ତିପୁର ରେଳ ମଣ୍ଡଳର ରାକ୍ସଲ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି । ଭାରତୀୟ ରେଳବାଇ ରେଳଚଳା ବ୍ୟତୀତ ମେଟ୍ରୋ ସିଟି ବସ୍ ସେବା ବୃଦ୍ଧି ଉପରେ ଧ୍ୟାନ ଦେବ । ଏଥି ପାଇଁ ୧୮ ହଜାର କୋଟି ଟଙ୍କା ବ୍ୟୟ ହେବ। କୋଚି, ବାଙ୍ଗାଲୋର, ଚେନ୍ନାଇ, ନାଗପୁର, ନାଶିକରେ ମେଟ୍ରୋ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

Show More
Back to top button