ସତ୍ୟଶିଖା ୧୬/୦୨/୧୦୨୧ : ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି,ଦେଶର ବଡ ହକି ଷ୍ଟାଡିୟମର କଲେ ଭିତ୍ତିପ୍ରସ୍ତର ସ୍ଥାପନ
