ପିପିଲିରେ ନିର୍ବାଚନ ପ୍ରଚାର କରିବେ ନବୀନ

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୪.୨୦୨୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲିରେ ନିର୍ବାଚନ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବ। ଶ୍ରୀ ଦେବ କହିଛନ୍ତି ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ। କିନ୍ତୁ କେବେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ ତାହା ସ୍ଥିର ହୋଇନାହିଁ। ତେବେ କରୋନା କଟକଣା ଭିତରେ ସେ ପ୍ରଚାରକୁ ଆସିବେ। ପିପିଲି ଉପନିର୍ବାଚନ ରଣନୀତି ନେଇ ଆଜି ବିଜେଡି ପକ୍ଷରୁ ହୋଇଥିବା ବୈଠକ ପରେ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ପିପିଲିରେ ପ୍ରଚାର ଜୋର ସୋରରେ ଚାଲିଛି। ବିଜେଡି ପିପିଲିରେ ବାଜିମାତ କରିବ।

Exit mobile version