

ସତ୍ୟଶିଖା ( କଳାହାଣ୍ଡି ) ୧୬ /୦୯ /୨୦୨୧: କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳରେ ଆଜି ପାଳନ ହେଉଛି ଗଣପର୍ବ ନୂଆଁଖାଇ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସକାଳ ୮ ଘଟିକାରୁ ୯ ଘଟିକା ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗିହେବ ବୋଲି ଜଣାପଡିଛି ।
ପରେ ଜିଲ୍ଲାବ୍ୟାପୀ ନୁଆଖାଇ ପାଳନ ହେବ, ଯାହାକୁ ନେଇ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି । ସକାଳ ୯ଟାରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ରହିବ । ୧୦ଟା ୩୬ ମିନିଟରୁ ୧୨ଟା ୪୪ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଘରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି ।