କେଶ ଓ ତ୍ୱଚା ପାଇଁ ପ୍ରାକୃତିକ ଉପାୟ

ସତ୍ୟଶିଖା ୧୨/୦୧/୨୦୨୧ :
ସୁସ୍ଥ, ଘନ ଓ ଲମ୍ବା କେଶ ସଭିଁଙ୍କୁ ବେଶ ପସନ୍ଦ । ଏହି କାରଣରୁ ବଜାରରେ ମିଳୁଥିବା କେଶ ପାଇଁ ବହୁ ଦ୍ରବ୍ୟ ଝିଅମାନେ ବ୍ୟବହାର କରିଥାଆନ୍ତି । ମାତ୍ର ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ କେମିକାଲ ଯୁକ୍ତ ହୋଇଥିବାରୁ ଏହା କେଶ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରିପାରିବେ । ଏହି କଣ୍ଡିସନର ପ୍ରାକୃତିକ ହୋଇଥିବାରୁ କେଶ ପାଇଁ କ୍ଷତିକାରକ ହୋଇନଥାଏ । କେଶକୁ କୋମଳ, ରେଶମୀ କରିବା ସହ କେଶ ସମ୍ବନ୍ଧୀୟ ବହୁ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ଘରୋଇ ଉପାୟରେ କେଶ ପାଇଁ କିଭଳି କଣ୍ଡିସନର ପ୍ରସ୍ତୁତ କରିବା

ଆବଶ୍ୟକ ସାମଗ୍ରୀ-
କଦଳୀ -୧ଟି
ମହୁ – ୨ ଚାମଚ
ଅମୃତଭଣ୍ଡା – ୪ ରୁ ୫ ଖଣ୍ଡ
ପ୍ରସ୍ତୁତ ପ୍ରଣାଳୀ – କଦଳୀ, ଅମୃତଭଣ୍ଡା ଓ ମହୁକୁ ଭଲ ଭାବେ ପେଷି ଦିଅନ୍ତୁ । ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି କେଶ ମୂଳରେ ଭଲ ଭାବେ ମାଲିସ କରି ଏହାକୁ କେଶରେ ଲଗାଇ ୨ ଘଣ୍ଟା ରଖନ୍ତୁ । ୨ ଘଣ୍ଟାପରେ ପ୍ରଥମେ ପାଣିରେ ଧୋଇ ୫ମିନିଟ ପରେ ସାମ୍ପୁ କରି ଦିଅନ୍ତୁୁ । ଏଭଳି ସପ୍ତାହକୁ ୨ଥର ଲଗାଇଲେ ଆପଣ ଏହାର ଚମତ୍କାରିତା ନିଜେ ଅନୁଭବ କରିପ।ରିବେ ।
କଦଳୀରେ ଫୋଲିକ ଏସିଡ଼ ଥିବାରୁ ଏହା ଧୂଳିମାଟି, ପ୍ରଦୂଷଣରୁ କେଶକୁ ରକ୍ଷା କରିଥାଏ ।କଦଳୀରେ ପୋଟାସିୟମ ଥିବାରୁ ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷଣ ପ୍ରଦାନ କରିଥାଏ । ଯାଦ୍ୱାରା କେଶର ବହୁ ସମସ୍ୟା ଦୂର ହୋଇଥାଏ ।
ଏତଦ୍‍ ବ୍ୟତୀତ କଦଳୀରେ ବହୁ ଭିଟାମିନ, ମିନେରାଲ୍ସ ଥିବାରୁ ଏହାର କେଶ ମୂଳକୁ ମଜଭୂତ କରିବା ସହ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସାହାଯ୍ୟ କରିଥାଏ । ରୂପି ସମସ୍ୟାକୁ ମଧ୍ୟ ଦୂର କରେ ।
ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ । ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ । ଚର୍ମକୁ ପୁର୍ନଃଜୀବିତ କରିଥାଏ । ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ ।
ପ୍ରସ୍ତୁତି କରିବାର ଉପାୟ – ପୁଦିନା ଓ ଟମାଟୋକୁ ଭଲ ଭାବେ ପେଷି ଦିଅନ୍ତୁ । ଏବେ ଏଥିରେ ୧ଚାମଚ ଲେମ୍ବୁରସ ମିଶାନ୍ତୁ । ମିଶାଇବା ପରେ ଏହାକୁ ଆଖି ତଳେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

Exit mobile version