ଦୁର୍ଘଟଣା
ନର୍ଲା ବିଧାୟକ ଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ


ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ : ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଖାରବେଳନଗର ଥାନା ନିକଟରେ ଭୂପିନ୍ଦର ସିଂଙ୍କ ଗାଡି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ିକୁ ପଛରୁ ଏକ ଗାଡ଼ି ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ବିଧାୟକଙ୍କ ଗାଡ଼ି ପଛ ପଟ ବମ୍ଫର ଭାଙ୍ଗି ଯାଇଛି । ଉଭୟ ଗାଡ଼ିକୁ ଥାନାରେ ଅଟକ ରଖିଛି ପୋଲିସ୍ । ତେବେ ଦୁର୍ଘଟଣା ବେଳେ ବିଧାୟକ ଗାଡ଼ିରେ ଥିଲେ ନା ନାହିଁ ସ୍ପଷ୍ଟ ହୋଇନାହିଁ । ବିଧାୟକଙ୍କ ଗାଡ଼ିରେ 4 ରୁ 5 ଜଣ ଯୁବକ ଥିବାବେଳେ ଦୂର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରକୁ ମାଡ ମାରିବା ସହ ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।