ନାରାଭାଣେ ହେଲେ ୩ସେନାବାହିନୀ ମୁଖ୍ୟ

ସତ୍ୟଶିଖା (ନୂଆଦିଲ୍ଲୀ) ୧୬.୧୨.୨୦୨୧:  ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି  ଆର୍ମି ଚିଫ୍ ଜେନେରାଲ ଏମ୍ଏମ୍ ନାରାଭାଣେ  । ଡିସେମ୍ବର ୮ ତାରିଖରେ ଆଇଏଫ ହେଲିକପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ମୃତୁ୍ୟ ପରେ ଏହି ପଦ ଖାଲି ପଡିଥିଲା । ଜେନେରାଲ ଏମ୍ଏମ୍ ନାରାଭାଣେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବିଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ତାଙ୍କ ଠାରୁ କନିଷ୍ଠ । ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ  ନାରାଭାଣେଙ୍କୁ ତିନି ସେନା ବାହିନୀ ପାଇଁ ଗଠିତ କମିଟିର ମୁଖ୍ୟ କରାଯାଇଛି ।
୨୦୧୯ ଡିସେମ୍ବର ୩୧ରେ ଜେନେରାଲ ନାରାଭାଣେ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Exit mobile version