ସତ୍ୟଶିଖା(ଭୁବନେଶ୍ୱର) ୧୭.୧୧.୨୦୨୩ : ଦୀର୍ଘ 12 ବର୍ଷର ଅପେକ୍ଷାର ହେବ ଅନ୍ତ । ଆଜି ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ। ଅପରାହ୍ନ 4ଟାରେ ଏହାର ଉଦଘାଟନ ହେବ।ଯାହାଫଳରେ ଆସନ୍ତାକାଲିଠୁ ପର୍ଯ୍ୟଟକମାନେ ଏହାଦ୍ୱାରା ବୁଲିବାର ମଜା ଉଠାଇପାରିବେ । ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ ସକାଳ 8ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ରୋପଓ୍ୱେ ବୁଲିପାରିବେ । ରୋପଓ୍ୱେରେ ବୁଲିବା ପାଇଁ ଟିକେଟ ମୂଲ୍ୟ 120 ଟଙ୍କା ଧାର୍ଯ୍ୟ କରାଯାଇଛି । 12 ବର୍ଷର କମ୍ ବୟସର ପିଲାଙ୍କ ପାଇଁ ଏହି ଦର ଲାଗୁ ହେବ ନାହିଁ।
ଆଜି ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ
