ଆଜିଠୁ ନନ୍ଦନକାନନ ଖୋଲା

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୮ .୨୦୨୧:  ଆଜିଠୁ ପର୍ଯ୍ୟଟକଙ୍କ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଓ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ୍‌)। ଦୀର୍ଘ ୩ ମାସ ପରେ ଚିଡିଆଖାନା ଖେଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କୋରାନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିବ। ତେବେ ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ । ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ । ନନ୍ଦନକାନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ଅନୁମତି ଦେଇଛନ୍ତି । ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ ସମସ୍ତ କଟକଣା ମଧ୍ୟରେ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ନିର୍ଦ୍ଦେଶକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି।

କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ପାରିବେ । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦ୍ୱରତ୍ୱ ରଖିବାକୁ ହେବ । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ ।

Exit mobile version