ସ୍ୱାସ୍ଥ୍ୟ

ଓଜନ କମାଇବାରେ ସବୁଠୁ ସହଜ ଉପାୟ

ସତ୍ୟଶିଖା : ୨୧/୦୧/୨୦୨୫ : ଓଜନ କମାଇବାକୁ ସମସ୍ତେ ପ୍ରାୟ ସବୁ ପ୍ରକାର ଚେଷ୍ଟା କରନ୍ତି । କାରଣ ସ୍ଲିମ୍ ରହିବା , ସୁସ୍ଥ ରହିବା ସମସ୍ତଙ୍କୁ ପସନ୍ଦ । କିନ୍ତୁ ଆମର ଜୀବନଶୈଳୀ ଏପରି ହୋଇଗଲାଣି ଆମେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ନିଜକୁ ମୋଟାରୁ ପତଳା କରିପାରନ୍ତି ନାହିଁ । ଅତ୍ୟଧିକ ମୋଟାପଣ ଯୋଗୁଁ ଅନେକ ରୋଗ ମଧ୍ୟ ଆମକୁ ମାଡି ବସିଥାଏ । ମୋଟାରୁ ପତଳା ହେବା ପାଇଁ ସମସ୍ତଙ୍କୁ ଉପଯୁକ୍ତ ଟିପ୍ସ ନିହାତି ଦରକାର । ମ୍ୟାଡି ନାମକ ଜଣେ ମହିଳା ସୋସିଆଲ ମିଡିଆରେ ନିଜର ଓଜନ ହ୍ରାସ କରିବାର ପୁରା ପ୍ରକ୍ରିୟା ଶେୟାର କରିଛନ୍ତି ।

ସେ ମାତ୍ର ୧୧ ମାସ ଭିତରେ ନିଜର ୧୮ କେଜି ଓଜନ ହ୍ରାସ କରିଛନ୍ତି । ପୃଷ୍ଟିକର ଖାଦ୍ୟ , ବ୍ୟାୟାମ , ମାନସିକ ଶାନ୍ତି ରହିବା ଦ୍ବାରା କିପରି ଓଜନ ହ୍ରାସ ହୋଇଥାଏ ତାର ୪ଟି ଷ୍ଟେପ ସେ ଶେୟାର କରିଛନ୍ତି ।

୧- କାର୍ଡିଓ ଏକ୍ସରସାଇଜ

ଓଜନ ହ୍ରାସ ପାଇଁ କାର୍ଡିଓ ଏକ୍ସରସାଇଜ ଯେମିତିକି , ବ୍ୟାୟାମ, ଦୌଡିବା, ଡେଇଁବା ନିହାତି ଦରକାର । ଯାହାଦ୍ବାରା କ୍ୟାଲୋରୀ ବର୍ଣ୍ଣ ହେବା ସହ ଶରୀର ମଧ୍ୟ ଫିଟ୍‌ ରହିବ ।

୨- ହାଇଡ୍ରେସନ

ଦିନକୁ ଯେହେତୁ ଆପଣ କାର୍ଡିଓ ଏକ୍ସରସାଇଜ କରୁଛନ୍ତି, ତେଣୁ ଦେହରୁ ଅନେକ ଝାଳ ବାହାରି ଦେହରୁ ଜଳୀୟଅଂଶ କମିବାରେ ଲାଗିବ । ସେଥିପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ନିହାତି ଦରକାର । ଏହାଦ୍ବାରା ଦେହରେ ଖାଦ୍ୟ ଠିକ ଭାବରେ ହଜମ ହେବାସହ ଶରୀରକୁ ଶକ୍ତି ଯୋଗାଇଥାଏ । ଏବଂ ଶରୀର ସୁସ୍ଥ ରହିଥାଏ ।

୩- ଖାଦ୍ୟରେ ସନ୍ତୁଳନ

ବିଶେଷ ଭାବେ ପୃଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରକୁ ସଠିକ ପରିମାଣରେ ପ୍ରୋଟିନ ଯୋଗାଇଥାଏ । ଏହି ସନ୍ତୁଳନ ଶରୀରରେ ଓଜନ କମାଇବାରେ ସାହାଯ୍ୟ କରିଥାଏ ।

୪- ଫଟୋ କ୍ଲିକ

ପ୍ରତିଦିନ ନିଜ ଶରୀରର ଏକ ଫଟୋ ଉଠାଇ ରଖନ୍ତୁ । ସେଥିରୁ ଜଣା ପଡିବ ଆପଣଙ୍କ ଶରୀରର ପ୍ରତିଦିନ କିପରି ପରିବର୍ତ୍ତନ ଆସୁଛି । ପ୍ରତିଦିନ ବ୍ୟାୟାମ, ପୃଷ୍ଟିସାର ଭିଟାମିନଯୁକ୍ତ ଖାଦ୍ୟ ଏବଂ ସଠିକ ପରିମାଣରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ ।

Show More
Back to top button