ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର ।

ସତ୍ୟଶିଖା ୧୨/୦୭/୨୦୨୫: ରାଜ୍ୟ କ୍ୟାବିନେଟ୍‌ର ୬ ମନ୍ତ୍ରୀ ପଦ ଖାଲି ପଡିଛି । ଯାହାକୁ ନେଇ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା ।ତେବେ ଖୁବଶୀଘ୍ର ଖାଲି ଥିବା ମନ୍ତ୍ରୀ ପଦକୁ ପୂରଣ କରାଯିବ ବୋଲି  ନିକଟରେ କହିଥିଲେ ରାଜ୍ୟ ବିଜେପି ସଭାପତି । ୨ୟ ଥର ଲାଗି ରାଜ୍ୟ ବିଜେପି ସଭାପତିର ମଙ୍ଗ ଧରିବା ପରେ ମନମୋହନ ସାମଲ ଏହି ସୂଚନା ଦେଇଥିଲେ । ଏହାସହିତ ଖାଲି ପଡିଥିବା ନିଗମ ଓ ବୋର୍ଡର ଅଧ୍ୟକ୍ଷଙ୍କୁ ବି ଖୁବଶୀଘ୍ର ନିଯୁକ୍ତି ଦିଆଯିବ।

ମିଳିଥିବା ଖବର ଅନୁସାରେ, ରାଜ୍ୟରେ ଖାଲିଥିବା ମନ୍ତ୍ରୀ ପଦ ଏବଂ ନିଗମ ଓ ବୋର୍ଡରେ କେଉଁ ନେତାଙ୍କ ନିଯୁକ୍ତି ଦିଆଯିବ । ସେନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ତାପରେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ମୋହର ମରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଧାର୍ଯ୍ୟ ତାଲିକା ହାଇକମାଣ୍ଡଙ୍କୁ ଦେଖାସରିଛି । ଆଉ ଏବେ ଶେଷ ଥର ପାଇଁ ବରିଷ୍ଠ ନେତାଙ୍କୁ ତାଲିକା ପ୍ରଦାନ କରାଯିବ । ଆଗାମୀ ଦିନରେ କିପରି ସଂଗଠନ ଓ ସରକାର ଏକାଠି କାମ କରିବେ । ତା ଉପରେ ମଧ୍ୟ  ଆଲୋଚନା ହେବ। ତେଣୁ ମନ୍ତ୍ରୀ ଓ ନିଗମର ଅଧ୍ୟକ୍ଷଙ୍କ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପସନ୍ଦ ଓ ସମର୍ଥନ ବଡ଼ ଭୂମିକା ରହିପାରେ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ରାଜ୍ୟରେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

Exit mobile version