ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

୩ ଦିନରେ ନାମାଙ୍କନ ପତ୍ର ଦାଖଲ କଲେଣି ୭୫ହଜାର ପ୍ରାର୍ଥୀ

ସତ୍ୟଶିଖା(ଭୁବନେଶ୍ୱର ) ୨୦ .୦୧.୨୦୨୨ : ପଂଚାୟତ ନିର୍ବାଚନ ପାଇଁ ସୋମବାରଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜିସୁଦ୍ଧା ମୋଟ ୭୪୮୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଆଜି କେବଳ ୫୦ହଜାରରୁ ଅଧିକ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସୋମବାରଠୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୱାର୍ଡମେମ୍ବର ପଦବୀ ପାଇଁ ଯଥାକ୍ରମେ ୭୧୧୬,୧୦୭୩୪ ଓ ୩୭୨୩୨ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସରପଂଚ ପଦବୀ ନିମନ୍ତେ ୧୧୨୨, ୧୫୪୬ ଓ ୮୯୪୭ଜଣ, ସମିତି ସଭ୍ୟ ପଦବୀ ନିମନ୍ତେ ଯଥାକ୍ରମେ ୫୧୨, ୧୦୩୪ ଓ ୬୨୦୫ଜଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ୨୨,୪୨ ଓ ୪୮୪ଜଣ ଯଥାକ୍ରମେ ସୋମବାରରୁ ବୁଧବାର ମଧ୍ୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମାତ୍ର ୨ଟି ଜିଲ୍ଲାକୁ ଛାଡ଼ି ଦେଲେ ଶାସକ ବିଜେଡି ପକ୍ଷରୁ ଆଜି ପ୍ରାୟ ଅଧିକାଂଶ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇ ବିଧାୟକମାନଙ୍କୁ ତାଲିକା ଓ ଦଳୀୟ ଟିକେଟ୍ ହସ୍ତାନ୍ତର କରାଯାଇଛି ।
Show More
Back to top button