ଖେଳମନୋରଞ୍ଜନ

ରହସ୍ୟମୟ ଖୁଲାସା ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ

ସତ୍ୟଶିଖା ୦୮/୧୨/୨୦୨୦ : ଭାରତୀୟ ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ କିଡନୀ ସାହାରାରେ ଶୀର୍ଷ ସ୍ଥାନରେ ସଫଳତା ହାସଲ କରିଛନ୍ତି । ଆଇଏଏଏଫ ବିଶ୍ୱ ଆଥଲେଟିକ୍ସ ଫାଇନାଲସ (ମୋନାକୋ ୨୦୦୫)ର ଗୋଲ୍ଡ ମେଡାଲିଷ୍ଟ ଲଙ୍ଗ୍ ଜମ୍ପ୍ ର ଏହି ଷ୍ଟାର ଆଥଲେଟ୍ସ କହିଥିଲେ ଯେ, ପେନ୍ କିଲର ଔଷଧକୁ ମଧ୍ୟ ତାଙ୍କୁ ଆଲର୍ଜି ଥିଲା । ଏପରି ସବୁ ବାଧାବିଘ୍ନ ସତ୍ତ୍ବେ ସେ ଏହି ସଫଳତା ପାଇଛନ୍ତି ।

ଅଞ୍ଜୁ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମାନନ୍ତୁ କି ମାନନ୍ତୁ ମୁଁ ସେହି ଭାଗ୍ୟଶାଳୀ ଲୋକଙ୍କ ମଧ୍ୟରେ ସାମିଲ ଅଛି ଯେଉଁମାନେ ଗୋଟିଏ କିଡନୀ ସହାୟତାରେ ବିଶ୍ୱର ଶୀର୍ଷ ସ୍ତରରେ ପହଞ୍ଚିଛନ୍ତି । ଏପରିକି ମୋତେ ପେନ୍ କିଲରରୁ ଆଲର୍ଜି ଥିଲା । ଦୌଡ ଆରମ୍ଭରୁ ମୋର ଆଗରେ ରହୁଥିବା ପାଦ ଠିକ୍ ସେ କାମ କରୁନଥିଲା । କେତେକ ସୀମା ଥିଲା କିନ୍ତୁ ମୁଁ ସଫଳତା ପାଇଲି । କଣ ଆମେ ଏହାକୁ କୋଚଙ୍କ ଯାଦୁ ଅଥବା ତାଙ୍କ ପ୍ରତିଭା କହିପାରିବା । ’ଅଞ୍ଜୁ ତାଙ୍କ ସ୍ୱାମୀ ରବର୍ଟ ଜର୍ଜଙ୍କଠାରୁ କୋଚିଂ ନେବା ପରେ ତାଙ୍କ କ୍ୟାରିୟର ଶୀର୍ଷରେ ପହଞ୍ଚିଥିଲା । ଅଞ୍ଜୁ କହିଥିଲେ ଯେ, ସେ ଏହି ମହାମାରୀ ସମୟରେ ବର୍ତ୍ତମାନ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାକୁ ଏହି ସୂଚନା ଦେଇଛନ୍ତି ।ମହାମାରୀ କାରଣରୁ ଖେଳାଳିମାନେ ଅଭ୍ୟାସ କରିପାରୁନାହାନ୍ତି  କି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇପାରୁନାହିଁ । ସେ କହିଥିଲେ ଯେ, ଲୋକମାନେ ଭାବନ୍ତି ଯେ, ମୋ ଶରୀର ସୁଗଠିତ । ମାତ୍ର ସତ କଥା ଯେ ମୁଁ ଅନେକ ସମସ୍ୟା ପାର କରି ସଫଳତା ହାସଲ କରିଛି । ମୁଁ ଆଶା କରୁଛି ଯେ, ମୋ ଅନୁଭବ ସେୟାର କରିବା ପରେ ଆଗାମୀ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାରେ ସହାୟକ ହେବ ।ଅଞ୍ଜୁ କହିଛନ୍ତି ଯେ, ପ୍ୟାରିସ୍ ରେ ୨୦୦୩ ବିଶ୍ୱ ଆଥେଲେଟିକ୍ସ ଚମ୍ପିଆନସିପ୍ ର ମାତ୍ର ୨୦ ଦିନ ପୂର୍ବରୁ ଜର୍ମାନୀ ଚିକିତ୍ସକ ତାଙ୍କୁ ୬ ମାସ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ମୁଁ ସବୁ ବାଧାବିଘ୍ନ ପାର କରି ପଦକ ଜିତିଥିଲି । ଅନ୍ତରାଷ୍ଟ୍ରୀୟ ଚମ୍ପିଆନସିପ୍ ଆରମ୍ଭ ହେବା ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ୨୦୦୧ରେ ବେଙ୍ଗାଲୁରୁରେ କରାଯାଇଥିବା ପରୀକ୍ଷାରୁ ଜଣାପଡିଥିଲା ଯେ, ତାଙ୍କର ଗୋଟିଏ ମାତ୍ର କିଡନୀ ଅଛି । ସେ କହିଛନ୍ତି ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସ୍ୱାମୀ ବବି ମୋତେ କ୍ୟାରିୟର ଜାରି ରଖିବା ଏବଂ ସଫଳତା ହାସଲ କରିବା ପାଇଁ ପ୍ରେରିତ କରିଥିଲେ ବୋଲି ସେ କହିଛନ୍ତି । ସେ ଏପରି କହିଥିଲେ ଯେ, ଯଦି ତାଙ୍କୁ କିଛି ସମସ୍ୟା ହୁଏ ତେବେ ସେ ତାଙ୍କର ଏକ କିଡନୀ ଦେଇଦେବେ । ସେ କହିଛନ୍ତି ଯେ, ନିଜ ସ୍ୱାସ୍ଥ୍ୟକୁ ନେଇ ଉପୁଜିଥିବା ପରିସ୍ଥିତିର ସାମ୍ନା କରିବାକୁ ସେ ଏବେ ପର୍ଯ୍ୟାପ୍ତ ପରିପକ୍ବ ହୋଇଯାଇଛନ୍ତି । ସେ କହିଛନ୍ତି ଯେ, ଯଦି ମୁଁ ସେହି ସମୟରେ ମୋ ସ୍ୱାସ୍ଥ୍ୟ ସଂପର୍କରେ କହିଦେଇଥାନ୍ତି ତେବେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା ।ଭାରତୀୟ ଆଥଲେଟିକ୍ସ ଫେଡେରେସନ୍ (ଏଏଫଆଇ) କହିଛି ଯେ ଆଇଏଏଏଫ ବିଶ୍ୱ ଚାମ୍ପିଅନସିପ୍ (ପ୍ୟାରିସ୍ ୨୦୦୩) ରେ ଭାରତର ଏକମାତ୍ର ପଦକ ବିଜେତା, ଆଇଏଏଏଫ ବିଶ୍ୱ ଆଥଲେଟିକ୍ସ ଫାଇନାଲ୍ (ମୋନାକୋ ୨୦୦୫) ର ସ୍ବର୍ଣ୍ଣ ପଦକ ବିଜେତା ଏବଂ ନିଜର ଶ୍ରେଷ୍ଠ କ୍ୟାରିଅର୍ ସମୟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିବା ଅଞ୍ଜୁ ଦେଶର ପ୍ରେରଣାଦାୟୀ ଟ୍ରାକ୍ ଏବଂ ଫିଲ୍ଡ ଷ୍ଟାର । ସେ ଅଲିମ୍ପିକ୍ ଗେମ୍ସ ୨୦୦୪ରେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ଏହାପରେ ସେ ୬.୮୩ ମିଟର ଜମ୍ପ୍ କରିଥିଲେ । ଆମେରିକାର ମରିୟନ୍ ଜୋନ୍ସଙ୍କୁ ଡୋପିଂ ଅଭିଯୋଗ ଯୋଗୁଁ ଅଯୋଗ୍ୟ ଘୋଷିତ ହେବା ପରେ ଅଞ୍ଜୁ ୨୦୦୭ରେ ପଞ୍ଚମ ସ୍ଥାନରେ ରହିଥିଲେ ।

Show More
Back to top button