ଧର୍ମରାଜ୍ୟସାହିତ୍ୟ ଓ ସଂସ୍କୃତି

ବିଏମସି ନିଷ୍ପତ୍ତି ନେଲା ଏ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ପାଇଁ ମନା

ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦ : କରୋନା କଟକଣା ପାଇଁ ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସାଇ ପାରିବେ ନାହିଁ ଶ୍ରଦ୍ଧାଳୁ । ଗୁରୁବାର ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଡଙ୍ଗା ଭସା ଉପରେ କଟକଣା ଜାରି କରିଥିଲେ ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ମଧ୍ୟ ବିନ୍ଦୁ ସାଗରରେ ଡଙ୍ଗା ନ ଭସାଇବାକୁ କହିଛି । ଅତତ୍ ବ୍ୟତୀତ ରାଜଧାନୀରେ ଥିବା ବିଭିନ୍ନ ନଦୀ, ପୁସ୍କରିଣୀ ଓ ମନ୍ଦିର ବାହାରେ ଥିବା ଜଳାଶୟରେ ଡଙ୍ଗା ଭସାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।ସୂଚନାଯୋଗ୍ୟ, ପ୍ରତିବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ, ବୁଡ଼ ପକାଇବା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଲାଗି ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥାଏ । ଫଳରେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । କଟକଣା ଲାଗିବା ପରେ ଚଳିତବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇବାର ଆଶା ଆଶାରେ ରହିଯାଇଛି ।

Show More
Back to top button