

ସତ୍ୟଶିଖା (ନୂଆଦିଲ୍ଳୀ ) ୩୧.୦୩.୨୦୨୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନେଇ ଦିନକୁ ଦିନ ବିଭିନ୍ନ ଖବର ସାମ୍ନାକୁ ଆସୁଛି । କେତେବେଳେ ଇମ୍ରାନ୍ ବଡ଼ ସଭାର ଆୟୋଜନ କରୁଛନ୍ତି ତ କେତେବେଳ ସରକାର ବଞ୍ଚାଇବାକୁ ବିଭିନ୍ନ ପ୍ରୟାସ କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ହେଲେ ବର୍ତ୍ତମାନ ଇମ୍ରାନଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର । କୁହାଯାଉଛିକି ଇମ୍ରାନଙ୍କୁ ହତ୍ୟା କରାଯିବା ନେଇ ଷଡ଼ଯନ୍ତ୍ର କରାଯାଉଛି । ଏପରି ଏକ ଅଭିଯୋଗ ଆଣିଛନ୍ତି ଖୋଦ୍ ପିଟିଆଇ ନେତା ଫୈଜଲ ଭାୱଡ଼ା । ଫୈଜଲ ଏ ନେଇ ଗଣମାଧ୍ୟମ ଆଗରେ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଲାଣି ।