ନ୍ୟୁଜ୍ରାଜନୀତିରାଜ୍ୟ

ପୌର ନିର୍ବାଚନ, ଜାଣନ୍ତୁ ଭୋଟ ଗଣତି ପାଇଁ କିପରି ରହିଛି ବ୍ୟବସ୍ଥା

ସତ୍ୟଶିଖା (ଭୁବନେଶ୍ୱର) ୨୫.୦୩.୨୦୨୨: ସରିଲା ଭୋଟ୍ । ଭୋଟ କାଉଣ୍ଟିଂ ପାଇଁ କାଉନଡାଉନ୍ ଆରମ୍ଭ ହୋଇଛି । ଆସନ୍ତାକାଲି ହେବ ଭୋଟ ଗଣତି । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି  । ସେହିପରି ୧୦୫ଟି ସହରାଞ୍ଚଳର ୫୩୪ ଅଧ୍ୟକ୍ଷ ଏବଂ ୫୧୬୨ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହୋଇଛି  । ମତଦାନ ପରେ ସବୁ ଇଭିଏମକୁ କଡ଼ା ସୁରକ୍ଷା ସହ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି  । ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମରେ ସିସିଟିଭି ଲଗାଯିବା ସହ ପ୍ରଶାସନର ନଜର ରହିଛି  ।

ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ  ।  ପୌର ଭୋଟ ଗଣତି ନେଇ ଏସଇସି ସଚିବଙ୍କ ସୂଚନା ଅନୁସାରେ ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏଁ ଟେବୁଲର ବ୍ୟବସ୍ଥା କରାଯାଇଛି । ମେୟର ଭୋଟ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ଜଣ ସହଯୋଗୀ ରହିବେ । ମୁ୍ୟନିସିପାଲିଟିରେ ୫ଟି ଏବଂ ଏନଏସିରେ ୨ଟି ଲେଖାଏଁ ଟେବୁଲ ରହିବ ।

ୱାର୍ଡୱାରୀ ଗଣତିରେ, ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ । ପ୍ରଥମେ ନିର୍ବାଚନ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ । ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଲମ୍ ଭୋଟ ଗଣତି ହେବ । ଧାମନଗର ଏନଏସିରେ ଭୋଟ ଗଣତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

Show More
Back to top button