
ସତ୍ୟଶିଖା ୧୧/୧୧/୨୦୨୦ : ଆଇପିଏଲ 2020ରେ ଦିଲ୍ଲୀ କ୍ୟାପିଟାଲସକୁ 5 ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଙ୍ଗ କରି ଦିଲ୍ଲୀ କ୍ୟାପିଟାଲସ ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 156 ରନ ସ୍କୋର କରିଥିଲା ।ଦଳ ପକ୍ଷରୁ ଅଧିନାୟକ ଶ୍ରେୟାସ ଆୟାର 65 ଏବଂ ରିଷଭ ପନ୍ଥ 56 ରନ କରିଥିଲେ । 157 ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଇଣ୍ଡିଆନ୍ସ 8 ଟି ବଲ ବାକିଥାଇ ଏବଂ 5 ୱିକେଟ ହରାଇ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ସର୍ବାଧିକ 68 ରନ ସ୍କୋର କରିଥିଲେ ।