ସତ୍ୟଶିଖା(ନୂଆଦିଲ୍ଲୀ) ୦୮/୧୨/୨୦୨୦ : ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଗଲାଣି । ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି । କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍ ସେବା ଜାରି ରହିଛି । 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ଏଯାଏ ହୋଇପାରି ନାହିଁ । ତେବେ ରିଲାଏନ୍ସ ଜିଓର ମାଲିକ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଭାରତରେ 5-G ଇଣ୍ଟରନେଟ୍ ସେବାର ଶୁଭାରମ୍ଭ ନେଇ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ମୋବାଇଲ୍ କଂଗ୍ରେସ (ଭାରତୀୟ ମୋବାଇଲ୍ ସମ୍ମିଳନୀ) ୨୦୨୦ର ଉଦ୍ଘାଟନ କରିଛନ୍ତି । ଏହାର ପ୍ରଥମ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ରିଲାଏନ୍ସ ଜିଓ ଭାରତରେ ୨୦୨୧ ମଧ୍ୟଭାଗ ସୁଦ୍ଧା 5-G ଇଣ୍ଟରନେଟ୍ ସେବା ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି ।