ଶିଶୁପୁତ୍ରକୁ ଜନ୍ମଦେଇ ଆରପାରିକୁ ଚାଲିଗଲା ମା’

ସତ୍ୟଶିଖା (ଭୁବନେଶ୍ୱର ) ୩୧.୧୦.୨୦୨୩ : ଶିଶୁପୁତ୍ରକୁ ଜନ୍ମଦେଇ ଆରପାରିକୁ ଚାଲିଗଲା ମା’ . ଡାକ୍ତରଙ୍କ ଅବହେଳା ଯୋଗୁଁ ହୋଇପାରିଲାନି ଚିକିତ୍ସା . ନିଜ ଛୁଆର ମୁହଁ ଦେଖିବା ଆଗରୁ ମାଆ ଆଖି ବୁଜିଦେଲା. ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଟିଟିଲାଗଡ଼ ଡାକ୍ତରଖାନାରୁ .ସୂଚନା ମୁତାବକ ଗତକାଲି ଟିଟିଲାଗଡ଼ ଡାକ୍ତରଖାନାରେ ପରାଶରା ପଂଚାୟତ ଛତଭଟା ଗାଁର ଗର୍ଭବତୀ ସଙ୍ଗୀତା ଆଡ଼ଯୁଆଡଙ୍କୁ ଭର୍ତ୍ତି କରିଥିଲେ l

ତେବେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ହୋଇ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଗୋଟିଏ ନବଜାତ ଶିଶୁପୁତ୍ରକୁ ମା’ ଜନ୍ମ ଦେଇ ଆର ପାରିକୁ ଚାଲି ଯାଇ ଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖା ଦେଇଛି l ବାରମ୍ବାର ଏହି ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି l ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l

Exit mobile version