ମନୋରଞ୍ଜନସିନେମା

ଉର୍ବଶୀ ରୌତେଲାଙ୍କ ପୁଣି ଫ୍ୟାସନ୍ ଜଲଓ୍ୱା, ମିସ୍ ୟୁନିଭର୍ସ ୨୦୨୧ ଇଭେଣ୍ଟରେ ପିନ୍ଧିଲେ ୪୦ ଲକ୍ଷ ଟଙ୍କାର ଡ୍ରେସ୍

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୦.୧୨.୨୦୨୧: ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପିନ୍ଧିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପୋଷାକର ମୂଲ୍ୟ ଏତେ ଥିଲା ଯେ ଯେଉଁଥିରେ ଆପଣ ଆରାମରେ ଏକ ଘର କିଣି ପାରିବେ। ଏହି ଲୁକରେ ଉର୍ବଶୀ ଜଣେ ରାଜକୁମାରୀ ପରି ଦେଖାଯାଉଥିଲେ। ସେ ଏହି ପୋଷାକରେ ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତାଙ୍କର ଲୁକକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିବା ଉର୍ବଶୀଙ୍କ ପୋଷାକ ଚର୍ଚ୍ଚାରେ ରହିଥିଲା। ଏହି ସମୟରେ ଅଭିନେତ୍ରୀ ମାଇକେଲ ସିନକୋଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ୪୦ ଲକ୍ଷ ଟଙ୍କାର ଡ୍ରେସ ପିନ୍ଧିଥିଲେ। ଉର୍ବଶୀ ହଲ୍ଟର ଡିପ୍ ନେକ ଏବଂ ଅଫ୍ ସେଲ୍ଡର ଶିମିରି ବ୍ଲାକ୍ ଡ୍ରେସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ଡ୍ରେସ୍ ବହୁତ ଅଲଗା ଏବଂ ଅନନ୍ୟ ଥିଲା। ଏହି ଲୁକରେ ଅଭିନେତ୍ରୀ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ। ଏହି ଡ୍ରେସ୍ ସହିତ ସେ ଅନନ୍ୟ ମେକଅପ୍ ନେଇଥିଲେ। ସ୍ମୋକି ବ୍ଲାକ୍ ଆଇ ଲୁକ୍, ଗ୍ଲସି ବେସ୍ ଏବଂ ପିଙ୍କ୍ ଗ୍ଲସି  ଲିପଷ୍ଟିକରେ ତାଙ୍କ ସୌନ୍ଦର୍ଯ୍ୟରେ ଆହୁରି ଚମକି ଉଠୁଥିଲା।

ଉର୍ବଶୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ତାଙ୍କ ଲୁକ୍ ର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହି ପୋଷାକ ସହିତ ଅଭିନେତ୍ରୀ ହୀରା ମୁଦି ଏବଂ ହୀରା କାନଫୁଲ ପିନ୍ଧିଛନ୍ତି। ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

Show More
Back to top button