ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ଧରାପୃଷ୍ଠରେ ବିରାଜିବେ ଧନର ଦେବୀ ମା’ ଗଜଲକ୍ଷ୍ମୀ । ଭକ୍ତଙ୍କ ଝୋଲିରେ ଅଜାଡି ଦେବେ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଭଣ୍ଡାର। କିନ୍ତୁ ଦୁର୍ଗାପୂଜା ଭଳି ଗଜଲକ୍ଷ୍ମୀ ପୂଜା ବି ହେବ ବିନା ଭକ୍ତରେ । ଏଥିପାଇଁ କୌଣସି ପୂଜା ମଣ୍ଡପରେ ନାହିଁ ସ୍ୱତନ୍ତ୍ର ଆୟୋଜନ । କେଉଁଠି ତୋରଣ ଠିଆ ହୋଇନି କି ଆଲୋକମାଳରେ ରାସ୍ତା ସୁସଜ୍ଜିତ ହୋଇନି । ସବୁଠି କରୋନା କଟକଣା । ସାଦାସିଧାରେ କେବଳ ବିଧି ଅନୁସାରେ ମା’ଙ୍କୁ ଆବାହନ କରାଯିବ। କରୋନାର ପ୍ରକୋପ ଏମିତି ରହିଛି ଯେ ବର୍ଷ ବର୍ଷର ପରମ୍ପରା ଏବର୍ଷ ଫିକା ହୋଇଛି। ପାର୍ବଣର ମାହୋଲ କେଉଁଠି ନାହିଁ। ଦୁର୍ଗାପୂଜା ଭଳି ଗଜଲକ୍ଷ୍ମୀ ପୂଜା ଫିକା ପଡ଼ିବ । ଭକ୍ତମାନଙ୍କୁ ମା’ଙ୍କ ଦର୍ଶନ ପାଇଁ ବାରଣ ହୋଇଛି । ତଥାପି ମା’ଙ୍କୁ ଟିକିଏ ଦର୍ଶନ କରିବାକୁ ଭକ୍ତଙ୍କ ମନ ବ୍ୟାକୁଳ । ଏଥର ମା’ ଧନଦାତ୍ରୀଙ୍କ ପାଖରେ କେହି ଆଉ ଧନର ପ୍ରାର୍ଥନା କରିବେନି। ସମସ୍ତଙ୍କର ଗୋଟିଏ ପ୍ରାର୍ଥନା ସଂସାରରୁ ଦୂରେଇ ଯାଉ କରୋନା ମହାମାରୀ ।ଆଜି ଅପରାହ୍ନ ୪ଟାରୁ ମା’ଙ୍କ ପୂଜା ବିଧି ଆରମ୍ଭ ହେବ ।
ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ
