

ସତ୍ୟଶିଖା (କଟକ) ୦୪/୧୨/୨୦୨୦ : କଟକ ଜିଲା ଟାଙ୍ଗି ପୁଲିସ ଷ୍ଟେସନ ଅଧୀନ ଦଳଯୋଡି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ପ୍ରାୟ ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରାଯାଇଛି । ଏହାର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଗୁଇନ୍ଦା ସୂଚନା ଅନୁଯାୟୀ ଚଢାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି ଉକ୍ତ କାଠ ଜବତ କରିଛି ହୋଇଛି ବୋଲି ସୂଚନା ମିଳିଛି ।