ଶିକ୍ଷକଙ୍କ ଘରୁ ଠାବ ହୋଇଥିଲା ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ସତ୍ୟଶିଖା (ବରଗଡ) ୧୭/୧୨/୨୦୨୦ : ଦୁଇ ଦିନ ଭିତରେ ଦୁଇ ଜଣ କୋଟି ପତି ଶିକ୍ଷକଙ୍କୁ ଠାବ କରିଛି ଭିଜିଲାନ୍ସ । ଜଣେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅମାପ ସମ୍ପତି ଦେଖି ଚକିତ ହୋଇଯାଇଛନ୍ତି ।

ଚଢ଼ାଉ ବେଳେ ତାଙ୍କର ଗୋଟିଏ ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ଏକ ମହଲା ଘର, ୧୨ଟି ପ୍ଲଟ, ଗୋଟିଏ ଚାରି ଚକିଆ କାର, ଗୋଟିଏ ଟ୍ରାକ୍ଟର, ୨ଟି ମଟର ସାଇକେଲ, ବିଭିନ୍ନ ବ୍ୟାଙ୍କରେ ୬ ଲକ୍ଷ ୪୨ ହଜାର ଜମା ଟଙ୍କା, ବିଭିନ୍ନ ଇନସୁରାନ୍ସ ପଲିସିରେ ୨୨ ଲକ୍ଷ ୬ ହଜାର ଟଙ୍କା, ୮ ଲକ୍ଷ ୫୦ ହଜାର ଟଙ୍କାର ସୁନା ଗହଣା, ବ୍ୟାଙ୍କ ଲକରରୁ ୫ ଳକ୍ଷ ୬୪ ହଜାର ଟଙ୍କା ମୂଲ୍ୟର ଅଳଙ୍କାର , ନଗଦ ୧୯ ଲକ୍ଷ ଟଙ୍କା ଠାବ ହୋଇଛି । ଏବଂ ତାଙ୍କ ସମ୍ପତ୍ତିର ପରିମାଣ ୪ କୋଟି ୨୬ ଲକ୍ଷ ୪୪ ହଜାର ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ନିକଟରୁ ୩କୋଟି ୨୭ ଲକ୍ଷ ୨୫ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତି ଭିତରେ ରହିଛି ଗୋଟିଏ ତିନି ମହଲା କୋଠା , ୫ଟି ଦୁଇ ମହଲା ଘର, ୮ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା , ଏଲଆଇସି ଓ ସୁନା ଅଳଙ୍କାର । ଏତେ ପରିମାଣର ସମ୍ପତ୍ତି ଠାବ ହେବା ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଭିଜିଲାନ୍ସ ଦ୍ୱାରା ଗିରଫ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମଙ୍ଗଳବାର ଠାରୁ ତାଙ୍କ ଘରେ ଚଢାଉ ଚାଲିଥିଲା । ବୁଧବାର ଚଢାଉ ଶେଷ ସୁଦ୍ଧା ତାଙ୍କ ଠାରୁ ୨ କୋଟି ୩୩ ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତି ଠାବ ହୋଇଛି । ସଂବଲପୁର, ଦେବଗଡ, ଅନୁଗୋଳ, ଜଟଣୀ ଆଦି ସ୍ଥାନରେ ଜମି, ଦେବଗଡରେ ୧୬ ଏକର ଜମି ସହିତ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଇନସୁରାନ୍ସ , ୨ଟି ଦାମୀ କାର, ସୁନାଗହଣା ଜବତ ହୋଇଛି ।

 

Exit mobile version